“ହଟିନି ଆତଙ୍କବାଦ, ସରିନାହିଁ ଯୁଦ୍ଧ”

ନୂଆଦିଲ୍ଲୀ: କମିନାହିଁ ଆତଙ୍କ। ଅର୍ଥାତ୍ ଆତଙ୍କବାଦ ହଟିନାହିଁ; ତେଣୁ ଆମ ଲଢେଇ ସରିନାହିଁ। ଆତଙ୍କବାଦୀଙ୍କୁ ମୂଳୋତ୍ପାଟନ କରିବାକୁ ଆମକୁ ଆବଶ୍ୟକସ୍ଥଳେ ଯୁଦ୍ଧ କରିବାକୁ ହେବ। ଏଭଳି ସୂଚନା ଦେଇଛନ୍ତି ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ତଥା ସିଡିଏସ୍ ଜେନେରାଲ ବିପିନ ରାୱତ।
ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ରାୱତ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢେଇର ଅନ୍ତ ହୋଇନି କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ତାହା ସମାପ୍ତ ହେବା ଆଶା କ୍ଷୀଣ। ଏଥିପ୍ରତି ସର୍ବଦା ସତର୍କ ଓ ସଜାଗ ରହିବାକୁ ପଡ଼ିବ। ଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସିଡିଏସ ରାୱତ ଆହୁରି କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଜାରି ରହିବ। ଆତଙ୍କବାଦ କଣ, କୋଉଠୁ ଉତ୍ପତ୍ତି, କାହିଁକି… ଏସବୁ ବୁଝିବା ପର୍ଯ୍ୟନ୍ତ ତାର ଅନ୍ତ ଅନିଶ୍ଚିତ। ଅନ୍ୟପକ୍ଷରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରକୁ ବିଶ୍ୱସ୍ତରରେ ଏକଘରିଆ କରି ରଖିବାକୁ ହେବ ବୋଲି ମଧ୍ୟ ସିଡିଏସ୍ ରାୱତ ସଂକେତ ସୂଚନା ଦେଇଛନ୍ତି।

[] ଏସପି

Leave a Reply

Your email address will not be published.