ବିଜୁଳି ସଂଯୋଗ କଟିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲା ସେସୁ


ଭୁବନେଶ୍ୱର(ଓଟି): ଚରମ ଚେତାବନୀ ଦେଇଥିବା ସେସୁ ଟିକେ ଶାନ୍ତ ପଡ଼ିଥିବା ଜଣାପଡ଼ିଛି । ଫଳରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କଥାହେଲା- ସମ୍ପ୍ରତି ଆସିଯାଇଛି ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବାର ବେଳ ଆସିଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲାଇନ୍ କାଟିଦେଲେ ସବୁ ଅନ୍ଧାର ହୋଇଯିବ । ଘର ଅନ୍ଧାର ସହ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇପାରେ । ଏଭଳି ଆଶଙ୍କା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ବିଭିନ୍ନ ମହଲରୁ କରାଯାଇଥିବା ଅନୁରୋଧକୁ ରକ୍ଷାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନ୍ତତଃ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିବା ପର୍ଯ୍ୟନ୍ତ ବିଜୁଳି କାଟିବା ନିଷ୍ପତ୍ତିରୁ ଓହରିବାକୁ କହିଥିଲେ । ଆଉ ଏହାକୁ ସେସୁ ପକ୍ଷରୁ ଗ୍ରହଣ କରିନିଆଯାଇଥିବା ଜଣାପଡ଼ିଛି । ‘ଳରେ ଛାତ୍ରଛାତ୍ରୀଙ୍କ ଉପରୁ ଅନ୍ଧାର ବିପଦ ଟଳିଛିି ।
ଅନ୍ୟପକ୍ଷରେ ପ୍ରଥମେ ଶିଳ୍ପ ଓ ବ୍ୟବସାୟିକ ଅନୁଷ୍ଠାନ ଉପରେ ସେସୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱଚ୍ଛଳବର୍ଗ ତଥା ଧନୀକ ଶ୍ରେଣୀ, ଆୟକର ପ୍ରଦାନକାରୀ ଆଦି ବର୍ଗଭୁକ୍ତ ଉପଭୋକ୍ତାଙ୍କ ବିରୋଧରେ ଖିଲାପି କାର୍ଯ୍ୟାନୁଷ୍ଠାନ ପରେ ଶେଷ ପର୍ଯ୍ୟାୟରେ ସାଧାରଣ ଶ୍ରେଣୀ ଉପଭୋକ୍ତାଙ୍କ ଉପରେ ସେସୁ କାର୍ଯ୍ୟାନୁଷ୍ଠାନ ନେବ ବୋଲି କୁହାଯାଉଛି ।

 ରିପୋର୍ଟ: ଏସପି ।

Leave a Reply

Your email address will not be published. Required fields are marked *