ଗଙ୍ଗାସାଗର ମେଳା: କେମିତି ଯିବେ ସାଗର ଦ୍ଵୀପ

କୋଲକାତାରୁ ଡାଇମଣ୍ଡ୍ ହାର୍ବର ରୋଡରେ ୯୦ କିଲୋମିଟର ପରେ ଆସେ କାକଦ୍ୱୀପ । ସେଠାରୁ ଡଙ୍ଗା ବା ବୋଟ୍ ସାହାଯ୍ୟରେ ପ୍ରାୟ ସାଢ଼େ ତିନି କିଲୋମିଟର ଅତିକ୍ରମ କରି କଚୁବେରିଆ ଯିବାକୁ ହୁଏ । ସେଠାରୁ ପ୍ରାୟ ୩୨ କିଲୋମିଟର ଗଲେ ପଡ଼େ ସାଗରଦ୍ୱୀପ । ଗଙ୍ଗାନଦୀର ତ୍ରିକୋଣଭୂମିରେ ନଦୀଗୁଡ଼ିକ ଭାଗ ଭାଗ ହୋଇଯାଇଥିବା ବେଳେ ସ୍ୱତନ୍ତ୍ର ନାଁ ମଧ୍ୟ ରହିଛି । ତେବେ ମୂଳ ନଦୀର ନାଁ ହୁଗୁଳି ବା ମୁଡ଼ିଗଙ୍ଗା ନାମରେ ବିଖ୍ୟାତ । ସେହିପରି କୋଲକାତାର ଶିଆଲ୍ଦାହ ରେଳ ଷ୍ଟେସନରୁ କାକଦ୍ୱୀପ, ନାମ୍ଖାନାକୁ ରେଳପଥ ରହିଛି । ସେଠାରୁ ବାଖାଲି ପାଖ ଓ ମୁଡ଼ିଗଙ୍ଗା ନଦୀରେ ଜଳଯାତ୍ରାରେ ଗଲେ ଗଙ୍ଗାସାଗରରେ ପହଞ୍ôଚ ହେବ । ସଂକ୍ଷେପରେ କହିଲେ ମହାନଗରୀ କୋଲକାତାରୁ ଏହା ପ୍ରାୟ୧୩୫ କିଲୋମିଟର ଦୂର । କିନ୍ତୁ ମେଳା ସ୍ଥାନରେ ପହଞ୍ôଚବାକୁ ହେଲେ ଜଳଯାତ୍ରା ଅନିବାର୍ଯ୍ୟ ହୋଇପଡ଼େ । ତେଣୁ ସୁରକ୍ଷା ପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *