ଇରାନର ପୁଣି ରକେଟ୍ ମାଡ

ବାଗଦାଦ: ବୁଧବାର ରାତିରେ ଇରାନ ପୁଣି ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ଆକ୍ରମଣ କରିଛି। କଡା ସୁରକ୍ଷାବଳୟ ଗ୍ରୀନ ଜୋନ୍ ରେ ଦୁଇଟି ରକେଟ ମାଡ଼ କରିଛି ଇରାନ। ସୂଚନାଯୋଗ୍ୟ ସମ୍ପୃକ୍ତ ଅଞ୍ଚଳରେ ଆମେରିକା ମିଶନ ସମେତ ଏକାଧିକ ରାଷ୍ଟ୍ରର ଦୂତାବାସ ରହିଥିବାବେଳେ ଇରାନ ଆମେରିକା ଉପରେ ବଦଲା ନେବାକୁ ସେହି ଅଞ୍ଚଳରେ ହିଁ ଆକ୍ରମଣ କରିଛି। ଏ ସମ୍ପର୍କରେ ଇରାକର ସୁରକ୍ଷା ଏଜେନ୍ସି କହିଛି ଯେ ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ଗ୍ରୀନ ଜୋନରେ ଦୁଇଟି ରକେଟ୍‌ ମାଡ଼ କରାଯାଇଥିଲା। ତେବେ କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ। ସମଗ୍ର ଅଞ୍ଚଳରେ ଭୀଷଣ ଶବ୍ଦ ହେବା ସହ ଧୂଆଁ ବାହାରିଥିବା ସ୍ପଷ୍ଟ କରିଛି ଏଜେନ୍ସି।

Leave a Reply

Your email address will not be published. Required fields are marked *