ଜାନୁୟାରୀ୧୦ରୁ ୧୨: ଏସ୍ପ୍ଲାନେଡ୍ ୱନ୍‌ରେ ଫ୍ଲାଟ୍ ୫୦% ରିହାତି

ଭୁବନେଶ୍ୱର, (ଓଟି):  ଏସ୍ପ୍ଲାନେଡ୍ ୱାନ୍ ମଲ୍ ତରଫରୁ  ଆସନ୍ତା ୧୦ରୁ ୧୨ ତାରିଖ ତିନି ଦିନ ପାଇଁ ବିଭିନ୍ନ ଖରିଦ୍‌ଦାରି ଉପରେ ଫ୍ଲାଟ୍ ୫୦% ରିହାତି ଘୋଷଣା କରାଯାଇଛି ।  “ଅସଲି ହାପିନେସ୍ ୱାଲା ସେଲ୍’   ସପିଙ୍ଗ ଉତ୍ସବ ଅବସରରେ ଏପରି ଉପହାର ଗ୍ରାହକଙ୍କୁ ପ୍ରଦାନ କରାଯାଇଛି।   ଏହି ଅବସରରେ ଗ୍ରାହକମାନେ ମ୍ୟାକ୍ସ, ଗ୍ଲୋବାଲ ଦେସି, ବିଙ୍ଗ ହ୍ୟୁମାନ, ହାମଲେଜ୍, ବିଗ୍ ବଜାର, ରିଲାଏନ୍ସ ଟ୍ରେଣ୍ଡସ୍, ହୋମ୍ ସେଂଟର ଓ କାଜୋ ଆଦିରୁ ଖରିଦ୍‌ କଲେ ୫୦ ପ୍ରତିଶତ ଫାଇଦା ମିଳିବ ବୋଲି ମଲ୍‌ ପକ୍ଷରୁ କୁହାଯାଇଛି। 

ଏ ସଂକ୍ରାନ୍ତରେ ଏସପ୍ଲାନେଡ୍ ୱାନ୍‌ ନିର୍ଦେଶକ ପାର୍ଥ ନାୟକ କହିଛନ୍ତି ଯେ, “ଏସପ୍ଲାନେଡ୍ ୱାନ୍ ମଲ୍‌ରେ ଆମେ ସର୍ବଦା ଗ୍ରାହକଙ୍କୁ ଖୁସି କରିବାକୁ ଉଦ୍ୟମ କରିଥାଉ । ଆମର ଅସଲି ହାପିନେସ ୱାଲା ସେଲ୍‌ର ତତ୍‌କାଳ ସୁବିଧା ଏବଂ ବ୍ୟାପକ ଅଫର ଆମ ଗ୍ରାହକଙ୍କ ସପିଙ୍ଗ ଓ ମନୋରଂଜନ ସ୍ତରକୁ ବହୁତ ଉପରକୁ ନେଇପାରୁଛି ।’’


ଏହି ଅବସରରେ ଗ୍ରାହକମାନେ ମଲ୍ରେ ଥିବା ରେସ୍ତୋରାଁଗୁଡିକରେ ମେଗା ରିହାତି ଓ ଡିଲ୍ ପାଇପାରିବେ । ଭୁବନେଶ୍ୱର ଟେଷ୍ଟ ଫ୍ୟାକ୍ଟରି, କେଏଫସି, ଏସିଆ ୭, ପିଜ୍ଜା ହଟ୍ ଆଦିରେ ଅନେକ ଆକର୍ଷଣୀୟ ରିହାତି ମିଳିବ । ୧୨୯ ଟଙ୍କା ଭଳି କମ୍ ଦାମରେ ଖାଦ୍ୟ ସାମଗ୍ରୀ ମିଳିବ । ଚିଲିଜ୍୍ର ବୋଗୋ ଡିଲ୍ ଓ ସିଗ୍ରିର ବୁଫେ ମଧ୍ୟ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବ ।
ଏହି ଅବସରରେ ଗ୍ରାହକମାନେ ଅନେକ ଆକର୍ଷଣୀୟ ପୁରସ୍କାର ଜିତିପାରିବେ । ଅଢ଼େଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସପିଙ୍ଗ କରୁଥିବା ଗ୍ରାହକମାନେ ତକ୍ରାଳ ସୁନା ଏବଂ ରୁପା କଏନ, ସିନେପୋଲିସର ମାଗଣା ସିନେମା ଟିକଟ ଇତ୍ୟାଦି ଜିତିବାର ସୁଯୋଗ ପାଇବେ । ଜଣେ ଭାଗ୍ୟଶାଳୀ ବିଜେତା ବିଏମଡବ୍ଲୁ ବାଇକ ଜି-୩୧୦ ଆର ଜିତିପାରିବେ । ଏହା ବ୍ୟତୀତ ସୁଜୁକି ଇଂଟ୍ରୁଡର ବାଇକ୍ ଏବଂ ଆମ୍ପିୟର ଇଲେକ୍ଟ୍ରିକ୍ ସ୍କୁଟର ଜିତିବାର ମଧ୍ୟ ଅନେକ ସୁଯୋଗ ରହିଛି ।

Leave a Reply

Your email address will not be published. Required fields are marked *