ଜାନୁୟାରୀ ୧୨ରୁ ବଢ଼ିବ ଦିନର ଉତ୍ତାପ
ଭୁବନେଶ୍ଵର, (ଓଟି)): ଶୀତ ଯିବ, ଗରମ ଆସିବ। ପ୍ରସ୍ତୁତ ଥାଆନ୍ତୁ ଗ୍ରୀଷ୍ମ ଦୁଆର ମୁହଁରେ ଠକ୍ ଠକ୍କଲାଣି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପରିବେଶ ଓ ପାଣିବାଗ କେନ୍ଦ୍ର ( ସିଇସି) ପକ୍ଷରୁ ଏହି ଆକଳନ କରାଯାଇଛି।
ସିଇସି ପକ୍ଷରୁ କୁହାଯାଇଛି ଯେ, ୧୨ ତାରିଖରୁ କ୍ରମଶଃ ଦିନର ତାପମାତ୍ରା ବଢ଼ିବ। କିନ୍ତୁ ୧୦ ତାରିଖରୁ ରାତିର ତାପମାତ୍ରା କମିବ। ଅର୍ଥାତ୍ ଦିନର ଗରମ ଓ ରାତିରେ ଥଣ୍ଡା କିଛିଦିନ ଲାଗି ରହିବ।
ଏବେ ବଙ୍ଗୋପସାଗରର ୫.୮ କିଲୋମିଟର ଉପରେ ଏକ ଟ୍ରଫ୍ ଲାଇନ୍ ରହିଛି। ଏହାସହ ପଶ୍ଚିମ ଉପକୂଳରେ ଦେଖା ଦେଇଥିବା ସାମୁଦ୍ରିକ ବାୟୁ ପ୍ରବାହରେ ପରିବର୍ତ୍ତନ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା କରାଇବା ଆଶଙ୍କା ରହିଛି। ଆଜି ଅପରାହତଣ ଓ ରାତିରେ ବର୍ଷା ହେବା ଆଶଙ୍କା ଥିବା ଏହି ଆକଳନରେ କୁହାଯାଇଛି।











