ଭିତରକନିକା ଜାତୀୟଉଦ୍ୟାନରେ ଆଜି ପକ୍ଷୀ ଗଣନା
କେନ୍ଦ୍ରାପଡା଼ (ଓଟି) :କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ଜାନୁଆରୀ ୬ ତାରିଖରେ ପକ୍ଷୀ ଗଣନା କରାଯିବାକୁ ସ୍ଥାନୀୟ ବନବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ବର୍ଷା ଋତୁରେ ଦେଶୀୟ ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ଶୀତ ଋତୁରେ ପ୍ରଚୁର ସଂଖ୍ୟକ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଏହି ଅଂଚଳ ନଦୀନାଳରେ ପରିପୂର୍ଣ୍ଣ ହୋଇଥିବା ସହ ଏଠାକାର ନଦୀନାଳ ଓ ପୁଷ୍କକରଣୀ ଗୁଡ଼ିକରେ ପ୍ରଚୁର ପରିମାରଣ ମାଛ, କଙ୍କଡ଼ା, ଗେଣ୍ଡା ଆଦିଙ୍କ ସମେତ ବହୁ ପରିମାଣର ଜଳଚର ପ୍ରାଣୀ ମିଳୁଥିବାରୁ ଓ ଏଠାରେ ପକ୍ଷୀମାନେ ବସା ବାନ୍ଧି ରହିବା ପାଇଁ ଗଛ ମଧ୍ୟ ଥିବାରୁ ପ୍ରତି ବର୍ଷ ବର୍ଷା ଣୁତୁରେ ହଜର ହଜାର ସଂଖ୍ୟାର ଦେଶୀ ପକ୍ଷୀ ଓ ଶୀତ ଋତୁରେ ହଜାର ହଜାର ସଂଖ୍ୟା ବିଦେଶୀ ପକ୍ଷୀ ଆସି ରହି ପ୍ରଜନନ କରିବା ପରେ ନିଜର ସ୍ଥାୟୀ ଆବାସସ୍ଥଳକୁ େ‘ରି ଯାଆନ୍ତି ।