ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ୨ ମୃତ ୩ ଗୁରୁତର
କେନ୍ଦ୍ରାପଡା଼, (ଓଟି):ନୂଆବର୍ଷରେ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିବା ସମୟରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଦୁହୁରିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଟି ପରିବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାରର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡ଼ା ସହରର ୨ଟି ପରିବାର ଲୋକେ ନୂଆବର୍ଷରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ । ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ସେମାନେ ପୁରୀରେ ବୁଲଶବୁଲି କରି କାର ଯୋଗେ ଘରକୁ ଫେରୁଥିବା ସମୟରେ ରାତି ପ୍ରାୟ ୧୨ଟା ସମୟରେ ଦୁହୁରିଆ ଛକ ନିକଟରେ ଠିଆର ହୋଇଥିବା ଏକ ଟ୍ରକ ପଛରେ କାର ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ତଲରେ ୨ ଜଚଣଙ୍କର ମୃତ୍ୟୁ ହୋଇଥିଲା ଓ ୩ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ କାକଟର ବିଜୟ ସାହୁ ଓ କଜଳା ଗାଁର ପ୍ରଣତି ପଣ୍ଡା ।(ଫଟୋ ଯାଇଛି)