ଚିଲିକାରେ ସାଢ଼େ ୧୦ ଲକ୍ଷ ପକ୍ଷୀ ଆକଳନ

ଭୁବନେଶ୍ଵର, (ଓଟି): ଚିଲିକା ହ୍ରଦରେ ପକ୍ଷୀଙ୍କ କଳରବ ବଢ଼ିବାରେ ଲାଗିଛି। ପାଖାପାଖି ସାଢ଼େ ୧୦ ଲକ୍ଷରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ଏଥର ଏକାଠି ହୋଇଥିବା ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପ୍ରାରମ୍ଭିକ ଆକଳନ କରିଛି। ଏଥିରୁ ସାଢ଼େ ତିନି ଲକ୍ଷ ପକ୍ଷୀ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ୭ ଲକ୍ଷ ପକ୍ଷୀ ଦେଶ ଏବଂ ଦେଶ ବାହାରର ବିଭିନ୍ନ ସ୍ଥାନରୁ ଏଠାକୁ ଅତିଥିଭାବେ ଆସିଛନ୍ତି। ଘେରି ହଟାଯିବା ସଦ୍ଵାରା ସୃଷ୍ଟି ହୋଇଥିବା ନୂଆ ଅଞ୍ଚଳରେ ମଧ୍ୟ ପକ୍ଷୀଙ୍କ ବସତି ଦେଖିବାକୁ ମିଳିଛି। ଏଥିରେ ଅଧିକାଂଶ ଜଳ ମଧ୍ୟରେ ରହୁଥିବା ପକ୍ଷୀ ସାମିଲ। 

ଚିଲିକାରେ ଜୈବ ସ୍ଥିତିସମ୍ପର୍କରେ ଜାଣିବା ପାଇଁ ପ୍ରତିବର୍ଷ ସିଡିଏ ପକ୍ଷରୁ ଅନୁଧ୍ୟାନ କରାଯାଇଥାଏ। ଏଥର ଶିତିଦିନିଆ ଅନୁଧ୍ୟାନ ଶୁକ୍ରବାର ସକାଳୁ ଆରମ୍ଭ ହୋଇ ମଧ୍ୟାହ୍ନରେ ଶେଷ ହୋଇଥିଲା। ପାଗ ମାନ୍ଦା ଥିବାରୁ ଏହା କିଛି ପରିମାଣରେ ବାଧା ଆଣିଥିଲା କିନ୍ତୁ ପ୍ରମୁଖ ଅଙ୍ଗଗୁଡ଼ିକୁ ଏହା ଆକଳନ କରିପାରିଥିଲା। 

ଏଥରୁ ଜଣାଯାଇଛି ଯେ, ଘୋରିମୁକ୍ତ ହୋଇଥିବା ୧୬୨ ବର୍ଗ କିଲୋମିଟର ଅଞ୍ଚଳରେ ଆଉ ନୂଆ ଘେରି ହୋଇ ନାହିଁ ଏବଂ ସେଠାରେ ପକ୍ଷୀ ଓ ଡଲ୍‌ଫିନ୍‌ଙ୍କୁ ଦେଖିବାକୁ ମିଳିଛି। ନଳବଣ ବାହାରେ ପାରିକୁଦ ଓ ଗୁରୁବାଇଠାରେ ଅଧିକ ସଂଖୃଶରେ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ଏବର୍ଷ ଫୋନି ବାତ୍ୟା ହେତୁ ଆର୍ଦ୍ର ଭୂମିରେ ଖାଦ୍ୟ ଅଭାବ ହେବାରୁ ଏହଠାରେ ବସତି କରୁଥିବା ପକ୍ଷୀଙ୍କ ସଂଖ୍ୟଶ କିଛି ପରିମାଣରେ ବାଧା ପାଇଥିବା ଅନୁମାନ କରାଯାଉଛି। କିନ୍ତୁ  ଜଙ୍ଗଲ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରିବା ପରେ ଏହା ସ୍ପଷ୍ଟ ହେବ। 

ଗତବର୍ଷ ପକ୍ଷୀ ଗଣନା କରାଯିବା ପରେ ସାଢ଼େ ଦଶ ଲକ୍ଷ ପକ୍ଷୀଙ୍କୁ ଚିଲିକାରେ ଦଖିବାକୁ ମିଳିଥିଲା। 

Leave a Reply

Your email address will not be published. Required fields are marked *