ଓଡ଼ିଶାରେ ରହିଛି ବିଶ୍ୱର ସବୁଠାରୁ ବଡ଼ କୁମ୍ଭୀର, ଗିନିଜ୍ ବୁକରେ କାଳିଆର ନାଁ
କେନ୍ଦ୍ରାପଡା଼, (ଓଟି): ପୁଣିଥରେ ଚର୍ଚାକୁ ଆସିଛି ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ପାଇଁ ନାଁ କରିଥିବା ଏହି ଉଦ୍ୟାନୋ ବିଶ୍ଵର ସବୁଠାରୁ ଲମ୍ବା ବଉଳା କୁମ୍ଭୀର ରହିଛି। ଗିନିଜ୍ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇବା ପରେ ଏହା ଜଣାପଡ଼ିଛି।
ଏହି କୁମ୍ଭୀରର ନାଁ ହେଉଛି କାଳିଆ ଆଉ ତାହାର ଲମ୍ବା ୨୭ଫୁଟ ବୋଲି ରେକର୍ଡ଼ରେ କୁହାଯାଇଛି। 1957 ମସିହାରେ ଶେଷଥର ପାଇଁ ଏମିତି ଏକ ଲମ୍ବା କୁମ୍ଭୀରକୁ ଅଷ୍ଟେଲିଆର ନର୍ମାନ୍ ନଦୀକୂଳରେ ଠାବ କରାଯାଇଥିଲା। ସେହୀ କୁମ୍ଭୀରକୁ ଆଜି ଯାଏ ବିଶ୍ଵର ସବୁଠାରୁ ଲମ୍ବା ଲୁଣିପାଣି କୁମ୍ଭୀର ଭାବେ ଗ୍ରହଣ କରାଯାଉଥିଲା। ତାହାର ଲମ୍ବା ଥିଲା ୨୬ ଫୁଟ। ଏବେ କାଳିଆ ୨୭ ଫୁଟର ହୋଇ ସେହି ରେକର୍ଡ଼କୁ ଭଙ୍ଗ କରିଛି।
କାଳିଆ ସମଗ୍ର ବିଶ୍ୱରେ ସବୁଠାରୁ ବଡ଼ କୁମ୍ଭୀର ହୋଇଥିବାରୁ ଗିନିଚ ବୁକ ଅଫ ୱାର୍ଲ୍ଡ ରେକର୍ଡ଼ରେ କାଳିଆର ନାଁ ସ୍ଥାନ ପାଇଛି । ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ପ୍ରବାହୀତ ହେଉଥିବା ନଦୀ ନାଳରେ ବଉଳା କୁମ୍ଭୀର ଦେଖାଯାଆନ୍ତି । ଜୀତୀୟ ଉଦ୍ୟାନରେ ଏବେ କୁମ୍ଭୀର ଗଣନା କରାଯାଉଛି । ଏହି କୁମ୍ଭୀର ଗଣନା ସମୟରେ ବଉଳା କୁମ୍ଭୀରମାନେ ଖାଦ୍ୟ ଓ ଜୀବନଶୈଳୀ ଉପରେ ଅନୁଧ୍ୟାନ କରାଯିବ ବୋଲି ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କର ଓ ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାସ କହିଛନ୍ତି ।