ଦିଲ୍ଲୀରେ ତାପମାତ୍ରା ୫.୭ଂ: ଅଟକି ଯାଉଛି ଧଡ଼କନ୍‌

ନୂଆଦିଲ୍ଲୀ,(ଓଟି): ରାଜଧାନୀ ଦିଲ୍ଲୀରେ କଲବଲ ହେଉଛି ଜୀବନ। ଦେଶର ଅନ୍ୟତମ ଏଇ ପ୍ରମୁଖ ବିଳାସନଗରୀ ସମ୍ପ୍ରତି ଲୋକଙ୍କୁ ଆକୃଷ୍ଟ କରିପାରୁନି, ବରଂ ସେଠାରୁ ଲୋକେ ମୁହଁ ଫେରାଉଛନ୍ତି।
 
ତେବେ ଏହାର କାରଣ କଣ ଜାଣନ୍ତି?
 
କଥା ହେଲା ହୃଦୟ ବରଫ ପାଲଟି ଯାଉଛି ସେଇଠି ! ହଁ ଅବସ୍ଥା ଠିକ୍ ସେମିତି ହୋଇଛି। ଇତିମଧ୍ୟରେ ଶହେ ବର୍ଷର ରେକର୍ଡ ଭାଙ୍ଗିଥିବା ତାପମାତ୍ରା ଆଜି ୫.୭ଂ ସେଲସିୟସ୍ ରହିଛି। ଲୋକଙ୍କ କହିବା ଅନୁସାରେ ପ୍ରବଳ ଜାଡରେ ନିଃଶ୍ବାସ – ପ୍ରଶ୍ୱାସ ଅଟକି ଯାଉଛି। ଲାଗୁଛି ସତେ ଯେମିତି ଦିଲ୍ଲୀରେ ଅଟକି ଯିବ ଧଡକନ୍।
 
ଗୁରୁବାର ଭୋରରେ ସଫଦରଜଙ୍ଗ ଅଞ୍ଚଳରେ ହାଡଭଙ୍ଗା ଜାଡ ଜାରି ରହିଥିଲା। ତା ସହ କୋହଲା ପବନ ଆଉ କୁହଡିରେ ଲୋକେ କଲବଲ ହୋଇପଡିଥିଲେ।
 
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପରିବେଶରେ ସୁଧାର ଆସିପାରେ । ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିପାରେ ଅର୍ଥାତ୍ ଅସହ୍ୟ ଜାଡ ଅପେକ୍ଷାକୃତ କମିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ( ଏକ୍ୟୁଆଇ) ସିଭିୟର୍ ବର୍ଗରେ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।
 
ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି)ର ସୂଚନା ଅନୁସାରେ ଗୁରୁବାର ଆନନ୍ଦବିହାରରେ ଏକ୍ୟୁଆଇ ୪୧୮ ରେକର୍ଡ କରାଯାଇଥିବା ବେଳେ ଆରକେ ପୁରମରେ ୪୨୬ ଓ ରୋହିଣୀରେ ୪୫୭ ଏକ୍ୟୁଆଇ ରହିଥିଲା।
 
ମୋଟାମୋଟି ଭାବେ ରାଜଧାନୀ ଦିଲ୍ଲୀ ସମେତ ସାରା ଉତ୍ତର ଭାରତରେ ଇଂରାଜୀ ନବବର୍ଷ ୧ଂ ସେଲସିୟସ୍ ରେକର୍ଡ ନେଇ ପ୍ରବେଶ କରିଛି। ଅତି ପ୍ରବଳ ଶୀତ ଲହରୀ ଫଳରେ ସାଧାରଣ ଜନଜୀବନ ଖୁବ୍ ପ୍ରଭାବିତ ହୋଇଛି ଏବଂ ଫିକା ପଡିଛି ଉତ୍ସବ- କାର୍ଯ୍ୟକ୍ରମ ସବୁକିଛି।

Leave a Reply

Your email address will not be published. Required fields are marked *