ଆମ ପାଇଁ ୧+୧+୧=୩ ନୁହେଁ, ୫ କି ୭ ହେବା ଆବଶ୍ୟକ କହିଲେ ସିଡିଏସ୍‌

ଭୁବନେଶ୍ଵର, (ଓଟି): ତିନି ସେନା ଭିତରେ ଐକ୍ୟ ସ୍ଥାପନ ତଥା ମିଳିତ ରଣନୀତି ପ୍ରସ୍ତୁତି ଲାଗି ଗଢ଼ା ହୋଇଥିବା ସିଡିଏସ୍‌ ପଦବୀକୁ ଗ୍ରହଣ କରିବା ଅବସରରେ ଜେନେରାଲ୍‌ ବିପିନ ରାୱତ୍‌ କହିଛନ୍ତି ଆମ ପାଇଁ ୧+୧+୧=୩ ହେବା ଆବଶ୍ୟକ ନୁହେଁ। ଏହା ୫ କିମ୍ବା ୭। ଅର୍ଥାତ୍‌ ଆମର ତିନୋଟି ଯାକ ବାହିନୀ ଯଦି ଏକାଠି କୌଣସି ଅପରେସନ୍‌ରେ ଯିବେ ତାହା ତିନିଗୁଣା ସଫଳତା ଦେବନି ବରଂ ତାହା ଏହାଠୁ ଯଥେଷ୍ଟ ଅଧିକ ରହିବ। ଏହାଦ୍ଵାରା ଭାରତୀୟ ସେନାର ଶକ୍ତି ଯଥେଷ୍ଟ ବୃଦ୍‌ଧି ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି ଜେନେରାଲ୍‌ ରାୱତ୍।

ବୁଧବାର ଦିନ ସାଉଥ୍‌ ବ୍ଲକ୍‌ରେ ଦାୟିତ୍ଵ ଗ୍ରହଣ କରିବା ଅବସରରେ ସେ କହିଛନ୍ତି, ସେନା ରାଜନୀତିଠାରୁ ଯଥେଷ୍ଟ ଦୂରରେ ରହିଛି। ଯେତେବେଳେ ସରକାର ଯେଉଁ ନିର୍ଦେଶ ଦିଅନ୍ତି ଆମେ ସେହି ଅନୁସାରେ କାର୍ଯ୍ୟ କରିଥାଉ। 

ସିଡିଏସ୍‌ ନିଯୁକ୍ତିକୁ ନେଇ ଦଳ ଯେଉଁଭଳି ଅଭିଯୋଗ କରୁଛି ତାହାକୁ ଦୂର କରିବାକୁ ଯାଇ ସିଡିଏସ୍‌ ଏହା କହିଛନ୍ତି। ଗଣମାଧ୍ୟମରେ ସେ କହିଛନ୍ତି ତାଙ୍କ ଉଦ୍ୟମ ରହିବ ତିନି ଶକ୍ତି କିପରି ମିଳିତ ଭାବେ କାର୍ଯ୍ୟକରି ଉତ୍ତମ ଫଳାଫଳ ପ୍ରଦାନ କରିବେ। 

ମଙ୍ଗଳବାରଦିନ ସ୍ଥଳସେନାଧ୍ୟକ୍ଷ ପଦବୀରୁ ସେ ଅବସର ନେଇଥିଲେ। 

Leave a Reply

Your email address will not be published. Required fields are marked *