ଓଡିଶା ହସ୍ତତନ୍ତ ପ୍ରଯୁକ୍ତି ବିଶାରଦ ସଂଘର ଉଦ୍‍ବେଗ: ସିଟି ଶିକ୍ଷକଙ୍କ ଭଳି ଦରମା ପାଉ ନାହାନ୍ତି ବୈଷୟିକ ସହାୟକ

ଭୁବନେଶ୍ୱର, (ଓଟି): ହସ୍ତତନ୍ତର ପ୍ରଚାର ପଅସାରକୁ ସରକାର ଗୁରୁତ୍ୱ ଦେଉଛନ୍ତି, ଏହାର ବିକାଶ ଦ୍ୱାରା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଯେଉଁମାନେ ବୈଷୟିକ ସହାୟତା ଦେଉଛନ୍ତି ସେମାନଙ୍କ ଉତ୍‍ଥାନ କଥା ସରକାର ଚିନ୍ତା କରୁନାହାନ୍ତି । ଆଜିବି ଜଣେ ତାଲିମ୍‍ପ୍ରାପ୍ତ ବୈଷୟିକ ସହାୟକଙ୍କୁ ମାଟ୍ରିକ୍‍ ସିଟି ବା ଆଇଟିଆଇ ଶିକ୍ଷକଙ୍କ ଭଳି ଦରମା ମିଳିପାରୁ ନାହିଁ । ଏଣୁ ଏନେଇ ଉଦ୍‍ବେଗ ପ୍ରକାଶ କରିଛି ଓଡ଼ିଶା ହସ୍ତତନ୍ତ ପ୍ରଯୁକ୍ତି ବିଷାରଦ ସଂଘ । ନିକଟରେ ଆୟୋଜିତ ସଂଘର ବାର୍ଷିକୋତ୍ସବରେ ଏ ବିଷୟକୁ ଉପସ୍ଥାପନ କରିବା ସହ ସଂଘର ସାଧାରଣ ସମ୍ପାଦକ ସୁଦର୍ଶନ ବେହେରା କହିଛନ୍ତି ରାଜ୍ୟରେ ଓଡିଶା ବୟନ ଶିଳ୍ପ ଅଧସ୍ତନ ବୈଷୟିକ ସେବା ନିୟମର ପ୍ରଚଳନ ତୁରନ୍ତ ହେବା ଆବଶ୍ୟକ ।


ଏହାସହ ଆବଶ୍ୟକତା ଅନୁସାରେ ବୈଷୟିକ ଅଧିକାରୀ ପରି ଏକ ନୂତନ ପଦବୀର ସୃଷ୍ଟି, କନିଷ୍ଠ ବୟନ ତତ୍ୱାବଧାରକ, ବୈଷୟିକ ଅଧ୍ୟୀକ୍ଷକ, ଶିଳ୍ପ ପର୍ଯ୍ୟବେକ୍ଷକ ଓ ବୟନ ତତ୍ୱବଧାରକ ପରି ବିଭିନ୍ନ ପଦବୀର ସମ୍ମିଶ୍ରଣରେ କନିଷ୍ଠ ବୈଷୟିକ ଅଧିକାରୀ ପଦବୀର ସୃଷ୍ଟି, ବୈଷୟିକ ସହାୟକ ପଦବୀରୁ କନିଷ୍ଠ ବୟନ ତତ୍ୱବଧାରକ ପଦବୀକୁ ଉତିନ୍ନ ନିମନ୍ତେ ପ୍ରଚଳିତ ଅନୁପାତ ୩୩% ରୁ ୫୦%କୁ ବୃଦ୍ଧି, ବିଭିନ୍ନ ନିଯୁକ୍ତି ସଂସ୍ଥା ଯଥା- ଓ.ପି.ଏସ୍. ସି ଏବଂ ଓ.ଏସ.ଏସ.ସି ଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାର ପାଠ୍ୟକ୍ରମ ପରିବର୍ତନ ଓ ଖୋର୍ଦ୍ଧାସ୍ଥିତ ରାଜ୍ୟର ଏକ ମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ “ହସ୍ତତନ୍ତ ବୟନ ଓ ନକ୍ସା ଅନୁଷ୍ଠାନ”ର ଦୃଢୀକରଣକୁ ରାଜ୍ୟ ଧନ୍ଦାମୂଳକ ଶିକ୍ଷା ପରିଷଦ ସହ ଏହାର ଅନୁବନ୍ଧନ ଆଦି ବିଷୟର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ ଯୁକ୍ତି ଦର୍ଶାଇଥିଲେ । ।


ଏହି ଅବସରରେ ସଂଘର ବୈଷୟିକ “ପତ୍ରିକା ବୟନ ବିଭବ” ର ଚତୁର୍ଥ ସଂସ୍କରଣ ଉନ୍ମୋଚନ ହୋଇଯାଇଛି ଏବଂ ସଂଘ ଦ୍ୱାରା ପ୍ରଚଳିତ “ବୟନ ବିଭବ” ସମ୍ମାନ ହସ୍ତତନ୍ତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଲିପ କୁମାର ରାଉତ ରାୟ, ଶ୍ରୀଧର ବେହେରା, ରାମକୃଷ୍ଣ ମେହେର, ରମେଶ ଚନ୍ଦ୍ର ପାଣି ଓ ରମେଶ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଅଧିବେଶନ ସମୟରେ ସରକାରୀ ଚାକିରୀରୁ ଅବସର ନେଇଥିବା ସଂଘର ୯ ଜଣ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।


ଭୁବନେଶ୍ୱରର ୟୁନିଟ- ୯ କାଳୀ ମନ୍ଦିର ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ । ରାଜ୍ୟ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ବୃନ୍ଦାବନ ବେହେରା ଏବଂ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଦାସଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା । ଭାରତ ସରକାରଙ୍କ ବୁଣାକାର ସେବା କେନ୍ଦ୍ରର ଓଡିଶା ନିର୍ଦ୍ଦେଶକ ମନୋଜ ଜୈନ୍ ଓ ଉପ-ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପାତ୍ର ଏହି ଉତ୍ସବରେ ଉପସ୍ଥିତ ଥିଲେ । ମନିଷ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଘର ଉପ-ସଭାପତ ପ୍ରସନ୍ନ କୁମାର ରାୟ ଓ ସଭାପତି ଅରୁପ କୁମାର ମାହାନ୍ତି ଅତିଥିମାନଙ୍କୁ ଧନ୍ୟବାନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *