ଓଡ଼ିଆ ଭାଷାରେ ଉପଲବ୍ଧ ହେଲା ଅଣସଂରକ୍ଷିତ ରେଳ ଟିକଟ

ଭୁବନେଶ୍ୱର, (ଓଟି): ଏଣିକି ଓଡ଼ିଆ ଭାଷାରେ ଲିଖିତ ରେଳ ଟିକେଟ୍‍ ଅଣ ସଂରକ୍ଷିତ ବର୍ଗର ଯାତ୍ରୀଙ୍କ ପାଇ: ଉପଲବ୍ଧ ହେବ । ପୂର୍ବରୁ କେବଳ ସଂରକ୍ଷିତ ଟିକେଟ୍‍ ପାଇଁ ଏହି ସୁବିଧା ଉପଲବ୍ଧ ଥିଲା । ଗୁରୁବାରଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାକୁ ଉଦ୍‍ଘାଟନ କରିଛନ୍ତି । ଏହାଦ୍ୱାରା ଇଂରାଜୀ ଓ ହିନ୍ଦୀ ଭାଷା ସହ ଓଙ୍ଗ଼ିଆ ଭାଷାରେ ଏହି ଟିକେଟ୍‍ରେ ଆବଶ୍ୟକ ସୂଚନା ଦେଖିବାକୁ ମିଳିବ, ଯେମିତିକି ଛାଡ଼ିବା ଏବଂ ଗନ୍ତବ୍ୟ ଷ୍ଟେସନ୍ ତଥା ଯାତ୍ରାର ଶ୍ରେଣୀ ସହିତ ରେଳର ପ୍ରକାର ଠିକ୍ ଅଛି କି ନାହିଁ ତାହା ଯାତ୍ରୀ ଜାଣି ପାରିବେ ।


ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ଆୟୋଜିତ ଏକ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ସମେତ ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବଂ ଡ. ରଘୁନାଥ ମହାପାତ୍ରଙ୍କ ଉପସ୍ଥିତିରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ସହ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ପ୍ରଦର୍ଶନକାରୀ ଭୁବନେଶ୍ୱର-ନୂଆଦିଲ୍ଳୀ ରାଜଧାନୀ ଏକ୍ସପ୍ରେସ୍ର ମଧ୍ୟ ଶୁଭାରମ୍ଭ ହୋଇଛି ।
ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟ ଏବେ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ବାହାରପଟେ ପ୍ରଦର୍ଶିତ ହେଉଛି । ଏହା ନାଲ୍କୋ ଦ୍ୱାରା ପ୍ରାୟୋଜିତ ଏବଂ ପ୍ରତ୍ୟେକ କୋଚ୍ରେ ଭିନ୍ନ ଦୃଶ୍ୟ ଥାଇ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏହି ଡିଜାଇନ୍ଗୁଡ଼ିକ ବିଭିନ୍ନ ନୃତ୍ୟ, ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ଏବଂ ପ୍ରାଣୀ ଓ ଉଦ୍ଭିଦଗୁଡ଼ିକୁ ପ୍ରୋତ୍ସାହନ ଦେଉଛି । ଏହା ଓଡ଼ିଶାର ପାରମ୍ପରିକ କଳା ଏବଂ ପର୍ଯ୍ୟଟନ ଦକ୍ଷତାକୁ ସୁଦୂରପ୍ରସାରୀ କରିବ ।

Leave a Reply

Your email address will not be published. Required fields are marked *