ବିନା ମୋବାଇଲ ନେଟୱର୍କରେ କଲ୍ କରିପାରିବେ ଜିଓ ଏବଂ ଏୟାରଟେଲ ଗ୍ରାହକ

ଭୁୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ଏବେ ଭାରତର ଦୁଇ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବଂ ଜିଓ ଆରମ୍ଭ କରିବାକୁ ଯାଉଛନ୍ତି ଭଏସ୍‍ ଅନ୍‍ ୱାଇଫାଇ ବା ଭିଓ ୱାଇଫାଇ ସେବା । ମହାରାଷ୍ଟ୍ର, କେରଳ ଏବଂ ପଶ୍ଚିମବଙ୍ଗର ସହରରେ କିଛି ଜିଓ ମୋବାଇଲ ଗ୍ରାହକମାନଙ୍କର ସ୍ମାର୍ଟ ଫୋନରେ ଏହି ସେବା ପରୀକ୍ଷାମୂଳକଭାବେ ଉପଲବ୍ଧ ହୋଇସାରିଛି । ଏୟାରଟେଲ ମଧ୍ୟ ତାର ଏହି ସେବାକୁ ଦିଲ୍ଲୀ-ଏନସିଆରରେ ସମ୍ପୁର୍ଣ ରୁପରେ କାର୍ଯ୍ୟକାରୀ କରିସାରିଥିବାବେଳେ ଚେନ୍ନାଇ , ହାଇଦ୍ରାବାଦ ଓ ବାଙ୍ଗାଲୋର ରେ ପରୀକ୍ଷାମୁଳକଭାବରେ ଆରମ୍ଭକରିଛି ।


କ’ଣ କରିପାରିବେ


ଭଏସ୍‍ ଅନ୍‍ ୱାଇଫାଇ ସେବା ଦ୍ୱାରା ଗ୍ରାହକ ନିଜ ମୋବାଇଲରେ ନେଟୱର୍କ ନଥାଇ ମଧ୍ୟ ଫୋନ କଲ୍ କରିପାରିବେ କିନ୍ତୁ ମୋବାଇଲକୁ ନିଶ୍ଚିତଭାବେ ୱାଇଫାଇ ନେଟୱର୍କ ସହିତ ଯୋଡିବାକୁ ପଡିବ । ଏହାର ଅର୍ଥ ହେଲା କଲ କରିବା ପାଇଁ ମୋବାଇଲରେ ଇଣ୍ଟରନେଟ ରହିବା ଆବଶ୍ୟକ । ଯେହେତୁ ଏହି ସେବାକୁ ସର୍ବସାଧାରଣରେ ବ୍ୟବହାର ପାଇଁ ଘୋଷଣା କରାଯାଇନାହିଁ ସେଥିପାଇଁ ଏହି ସେବା ଭାରତର ସମସ୍ତ ରାଜ୍ୟରେ ଉପଲବ୍ଧ ହୋଇନାହିଁ । ଦୁଇ କମ୍ପାନୀ ଏହି ସେବାକୁ ଖୁବ୍ ଶୀଘ୍ର ଲୋକମାନଙ୍କ ବ୍ୟବହାରପାଇଁ ଉପଲବ୍ଧ କରାଇବେ ବୋଲି ଆଶାକରାଯାଉଛି ।


କ’ଣ ଅସୁବିଧା ହେବ


ଜିଓର ଏହି ସେବାକୁ ବ୍ୟବହାର କରିବାରେ ଗୋଟିଏ ଛୋଟ ଅସୁବିଧା ରହିଛି, ଅସୁବିଧାଟି ହେଉଛି ଏହି ସେବା କିଛିଟା ବଛା ବଛା ମେବାଇଲ ହ୍ୟାଣ୍ଡସେଟ ପାଇଁ ଉପଲବ୍ଧ ହୋଇପାରୁଛି । ସେଥିମଧ୍ୟରେ ରହିଛି ସାମସଙ୍ଗ୍ ଗେଲେକ୍ସି ଏମ୍ ୨୦ , ସାମସଙ୍ଗ୍ ଗେଲେକ୍ସି ଏମ୍ ୩୦ ସିରିଜର ଫୋନ ଏବଂ ଆଇଫୋନ୍ ଆଇଓଏସ୍ ୧୩.୩ ରେ ଉପଲବ୍ଧ ରହିଛି । ତେଣୁ ଯେଉଁ ଉପଭୋକ୍ତା ମାନଙ୍କ ପାଖରେ ଆଇଫୋନ ୬ ଏସ୍ , ଆଇଫୋନ ୬ ଏସ୍ ପ୍ଲସ୍ , ଆଇଫୋନ ୭ ଏସ୍, ଆଇଫୋନ ୭ ଏସ୍ ପ୍ଲସ୍ , ଆଇଫୋନ ଏସ୍-ଇ, ଆଇଫୋନ ୮, ଆଇଫୋନ ୮ ପ୍ଲସ୍ , ଆଇଫୋନ ଏକ୍ସ, ଆଇଫୋନ ଏକ୍ସ-ଏସ୍ , ଆଇଫୋନ ଏସ୍-ଏକ୍ସ ମ୍ୟାକ୍ସ , ଆଇଫୋନ ୧୧ ଏବଂ ଆଇଫୋନ ୧୧ ପ୍ରୋ ରହିଛି ସେହି ଗ୍ରାହକ ମାନେ ଏହି ସେବାକୁ ସହଜରେ ବ୍ୟବହାର କରିପାରିବେ ।


କେମିତି ପାଇବେ ଏହି ସେବା


ଭିଓ ୱଇଫାଇ ସେବାକୁ ବ୍ୟବହାର କରିବା ପୁର୍ବରୁ ଖାଲି ମୋବାଇଲ୍ ହ୍ୟାଣ୍ଡସେଟକୁ ୱାଇଫାଇ ନେଟୱର୍କ ସହିତ ଯୋଡିବାକୁ ପଡିବ । ଅନ୍ୟ କୌଣସି ନେଟୱର୍କର ହଟସ୍ପଟକୁ ବ୍ୟବହାର କରି ମଧ୍ୟ ମୋବାଇଲ ନେଟୱର୍କ ନଥିବା ସମୟରେ ମୋବାଇଲରୁ କଲ କରାଯାଇପାରିବ ।

Leave a Reply

Your email address will not be published. Required fields are marked *