ଫେବୃୟାରୀ ୧୯ରୁ ମାଟ୍ରିକ୍‌ ବୋର୍ଡ଼: ଜାଣିରଖନ୍ତୁ ପ୍ରୋଗ୍ରାମ୍‌

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼, ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ପରୀକ୍ଷା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ସିଟିଂରେ ୧୦ଶ୍ରେଣୀ ବୋଡ଼ର୍ର୍ର ରେଗୁଲାର୍‌ ପିଲାଙ୍କ ପରୀକ୍ଷା କରାଯିବ। ଦ୍ଵିତୀୟ ସିଟିଂରେ ଅନ୍ୟସବୁ ବର୍ଗଙ୍କ ପରୀକ୍ଷା କରାଯିବ। ଏଥିଲାଗି ବୋର୍ଡ଼ ପକ୍ଷରୁ ଆବଶ୍ୟକ କାର୍ଯ୍ୟକ୍ରମ ତାଲିକା ପ୍ରସ୍ତୁତ କରାଯାଇଛି। 

ପ୍ରଥମ ସିଟିଂରେ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ୍‌ରେ ସରିବ। କେବଳ ଗଣିତ ପରୀକ୍ଷା ୧୨ଟା ୪୫ରେ ଶେଷ ହେବ। ବୋର୍ଡ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ: 

ଫେବୃୟାରୀ୧୯ତାରିଖ ବୁଧବାର: ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଅଲ୍‌ଟରନେଟିଭ୍ ଇଂରାଜୀ)

ଫେବୃୟାରୀ ୨୨ତାରିଖ ଶନିବାର:  ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା)

ଫେବୃୟାରୀ ୨୪ ତାରିଖ ସୋମବାର:  ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ସି),

ଫେବୃୟାରୀ୨୬ତାରିଖ, ବୁଧବାର:   ଗଣିତ, ୨୮ତାରିଖ ଶୁକ୍ରବାର ବିଜ୍ଞାନ,

ମାର୍ଚ ୨ତାରିଖ ସୋମବାର: ସାମାଜିକ ବିଜ୍ଞାନ ପରୀକ୍ଷା ‌ଅନୁଷ୍ଠିତ ହେବ।

ସକାଳ ୯ଟା ୪୫ମିନିଟ୍‌ରେ ଉଭୟ ପାର୍ଟ-୧(ଅବ୍‌ଜେକ୍ଟିଭ୍) ଓ ପାର୍ଟ-୨(ସବ୍‌ଜେକ୍ଟିଭ୍) ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ। ପାର୍ଟ-୧ ପରୀକ୍ଷା ସକାଳ ୧୦ଟାରୁ ୧୧ଟା ଓ ପାର୍ଟ-୨ ପରୀକ୍ଷା ୧୧ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଗଣିତ କ୍ଷେତ୍ରରେ ପାର୍ଟ-୧ ପରୀକ୍ଷା ୧୦ଟାରୁ ୧୧ଟା ୧୫ ଓ ପାର୍ଟ-୨ ପରୀକ୍ଷା ୧୧ଟା ୧୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ଚାଲିବ।

ଟୋଲ୍‌ ଓ ଓପନ୍‌ ସ୍କୁଲ ପରୀକ୍ଷା

ମାଟ୍ରିକ୍ ପରୀକ୍ଷା ସହିତ ମଧ୍ୟମା(ସଂସ୍କୃତ ଟୋଲ) ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। କିନ୍ତୁ ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା ଦ୍ବିତୀୟ ସିଟିଂରେ ହେବ। ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଅପରାହ୍‌ଣ ୧.୩୦ରୁ ଆରମ୍ଭ ହୋଇ ୪ଟାରେ ସରିବ। ଓପନ୍‌ ସ୍କୁଲ ପରୀକ୍ଷାର ଫେବ୍ରୁଆରି ୧୯ ତାରିଖ ବୁଧବାର ଦିନ ଇଂରାଜୀ, ୨୦ ତାରିଖ ଗୁରୁବାର ପେଣ୍ଟିଂ, ୨୨ତାରିଖ ଶନିବାର ଓଡ଼ିଆ, ତେଲ୍‌ଗୁ, ଉର୍ଦ୍ଦୁ, ହିନ୍ଦୀ ଓ ସଂସ୍କୃତ, ୨୩ ତାରିଖ ରବିବାର ପେଣ୍ଟିଂ ପ୍ରାକ୍ଟିକାଲ, ୨୪ତାରିଖ ସୋମବାର ଗଣିତ, ୨୫ତାରିଖ ମଙ୍ଗଳବାର ହୋମ୍‌ ସାଇନ୍‌ସ, ୨୬ ତାରିଖ ବୁଧବାର ବିଜ୍ଞାନ, ୨୭ ତାରିଖ ଗୁରୁବାର ଇଣ୍ଡିଆନ୍‌ କଲ୍‌ଚର ଆଣ୍ଡ ହେରିଟେଜ୍, ୨୯ ତାରିଖ ହୋମ ସାଇନ୍ସ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଓପନ୍‌ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ୧୦ଟାରୁ ଆରମ୍ଭ ହେବ।

ସ‌େହିପରି ମଧ୍ୟମା ପରୀକ୍ଷା(ସଂସ୍କୃତ ଟୋଲ୍‌-ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୮ରେ ଶେଷ ହେବ। ମଧ୍ୟମା ପରୀକ୍ଷା ଦ୍ବିତୀୟ ସିଟିଂରେ ଅର୍ଥାତ ଅପରାହ୍‌ଣ ସାଢ଼େ ଗୋଟାଏରୁ ଆରମ୍ଭ ‌‌ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୧୯ତାରିଖ ବୁଧବାର ପେପର-୧(ଭିଓଡି) ସଂସ୍କୃତ ବ୍ୟାକରଣ ଦର୍ଶନ, ୨୦ ତାରିଖ ଗୁରୁବାର ପେପର-୨ (ସଂସ୍କୃତ ସାହିତ୍ୟମ୍, ୨୨ ତାରିଖ ଶନିବାର ‌ପେପର-୩ ପ୍ରୟୋଗାତ୍ମକ ସଂସ୍କୃତ, ୨୪ତାରିଖ ସୋମବାର ପେପର -୪ ମାତୃ୍ଭାଷା(ଓଡ଼ିଆ, ହିନ୍ଦୀ), ୨୫ ତାରିଖ ମଙ୍ଗଳବାର ପେପର-୫ ଗଣିତ, ୨୬ ତାରିଖ ବୁଧବାର ପେପର-୬ ବିଜ୍ଞାନ, ୨୭ ତାରିଖ ଗୁରୁବାର ପେପର-୭ ସାମାଜିକ ବିଜ୍ଞାନ, ୨୮ ତାରିଖ ଶୁକ୍ରବାର ପେପର -୮ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ପାର୍ଟ-୧ ଓ ପାର୍ଟ-୨ ପ୍ରଶ୍ନପତ୍ର ଅପରାହ୍‌ଣ ୧ଟା ୧୫ରୁ ପରୀକ୍ଷାର୍ଥୀଙ୍କୁ ମିଳିବ। ପାର୍ଟ-୧ ପରୀକ୍ଷା ୧.୩୦ରୁ ୨.୩୦ ପର୍ଯ୍ୟନ୍ତ ଓ ପାର୍ଟ-୨ ପରୀକ୍ଷା ୨.୩୦ରୁ ଆରମ୍ଭ ‌‌ହୋଇ ୪ଟାରେ ସରିବ। କେବଳ ଗଣିତ ପାର୍ଟ-୧ ପରୀକ୍ଷା ୧.୩୦ରୁ ୨.୪୫ ହେବ ବୋଲି ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସମ୍ପାଦକ ରାମାଶିଷ ହାଜରା କହିଛନ୍ତି। ଏହି ସମ୍ମିଳନୀରେ ‌ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରୀକ୍ଷାର୍ଥୀଙ୍କ ସଂଖ୍ୟା, ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଆଦି ବିଷୟରେ ସୂଚନା ପରେ ପ୍ରକାଶ ପାଇବ ବୋଲି ସମ୍ପାଦକ ଶ୍ରୀ ହାଜରା କହିଛନ୍ତି।

 

Leave a Reply

Your email address will not be published.