2019 ଫ୍ଲାଶ୍ବ୍ୟାକ୍: ଅତି ଉତ୍ସାହିତ କେନ୍ଦ୍ରାପଡ଼ା ଏସ୍ପି
କେନ୍ଦ୍ରାପଡ଼ା, (ଓଟି): ରାଜ୍ୟ ଶାସନର କ୍ଷମତା କେନ୍ଦ୍ର ଆଗରେ ନିଜର ପାରିଲା ପଣିଆ ପ୍ରକାଶ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଏସ୍ପି ନିତି ଶେଖର। ଏପରିକି ନିଜ ସୀମା ରେଖା ଭିତରେ ରହି ବାରିମୁଳଠାରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ପ୍ରସାର କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇ ଆକ୍ରମଣ କରିବାକୁ ଆସିଛନ୍ତି। ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ମାଡ଼ ମାରିବାର ଧମକ ବି ଦେଇଛନ୍ତି। କେନ୍ଦ୍ରାପଡ଼ା ଏସ୍ପିଙ୍କ ଏପରି କାର୍ଯ୍ୟକଳାପ ନିର୍ବାଚନ ପରିଚାଳନାର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶାସକ ଦଳ ପ୍ରତି ଅତ୍ୟଧିକ ମୋହଗ୍ରସ୍ତ ହୋଇ ନିତି ଶେଖର ନିଜର ନୀତି ହରାଇଛନ୍ତି ବୋଲି ଚର୍ଚା ହେଉଛି।
ଘଟଣା କ’ଣ?
ଲାଇଭ୍ କଟିଗଲା:
ଯଦିଓ କିଛି ଚ୍ୟାନେଲ୍ରେ ଏ ଦୃଶ୍ୟ ଲାଇଭ୍ ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା ଥିଲା କିନ୍ତୁ ସମ୍ପାଦକମାନେ ବିଷୟକୁ ଲାଇଭ୍ ପ୍ରସାରଣ କରି ନଥିଲେ। ଏପରିକି ନିଜ ସାମ୍ବାଦିକର ସାହସ ଓ ଆତ୍ମ ବିଶ୍ଵାସ ତଥା ସ୍ଵାଭିମାନକୁ ବି କିଛି ସମୟ ପାଇଁ ଦବାଇ ରଖାଯାଇଥିଲା। ପରେ ଅବଶ୍ୟ ଏ ବିଷୟକୁ ପ୍ରସାର କରାଯାଇଛି। ହେଲେ ସୋଶାଲ୍ ମିଡିଆରେ ଏ ଭିଡିଓ ଭାଇରାଲ୍ ହୋଇଛି।
ସବୁଆଡ଼ୁ ଉଦ୍ବେଗ
ବିଭିନ୍ନ ଦଳ ପକ୍ଷରୁ ନିତିଙ୍କ ଏପରି ଆଚରଣକୁ ନିନ୍ଦା କରାଯାଇଛି। ଜଣେ କର୍ତ୍ତବ୍ୟରତ ବରିଷ୍ଠ ପୁଲିସ ଅଧିକାରୀ ଏପରି ଧୈର୍ଯ୍ୟ ହରାଇବା ଅନୁଚିତ ବୋଲି ଆଲୋଚନା ହେଉଛି। ଏହି ପ୍ରସଙ୍ଗକୁ ବିରୋଧୀ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ବିଧାନସଭାରେ ଏ ବିଷୟ ଉଠିବା ସମ୍ଭବାନା ଅଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏ ଘଟଣଶକୁ ନିନ୍ଦା କରିଛନ୍ତି।
ଏ ଅତି ଉତ୍ସାହର କାରଣ କ’ଣ?
ଏସ୍ପିଙ୍କ ଏପରି ଅତି ଉତ୍ସାହିତ ହେବାର କାରଣ ନେଇ ତର୍ଜମା ଚାଲିଛି। ଗୋଟିଏ କାରଣ ହେଉଛଇ ଏସ୍ପି ସମ୍ପୃକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପାର୍ଷଦଙ୍କ ଉପସ୍ଥିତିରେ ନିଜର ପାରିଲା ପଣଇଆ ଦେଖାଇବାକୁ ଚାହୁଁଥିଲେ। ଏଠାରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ପ୍ରଭୃତିଙ୍କୁ ଦେଖି ହୁଏତ ଏସ୍ପି ଏପରି ପ୍ରତିକ୍ରିୟାଶୀଳ ହୋଇଥାଇ ପାରନ୍ତି। କିନ୍ତୁ ତୃତୀୟ ମହଲାର ନଜରରେ ଏହି ଘଟଣା ଯେଉଁଭଳି ଉଗ୍ର ରୂପ ନେବାକୁ ଯାଉଛି ସେଥିଲାଗି କେବଳ ବିଧାନସଭାରେ ଚର୍ଚାକୁ ଅପେକ୍ଷା କରାଯାଉଛି। ଅର୍ଥାତ୍ ଏସ୍ପିଙ୍କ ଏପରି ଦମନଗିରି ତାଙ୍କ ପାଇଁ ପରୋକ୍ଷ କାଳ ହୋଇପାରେ।