କ୍ରୀସମାସ ବିଶେଷ: କ୍ରୀସମାସ ଟ୍ରୀ କାହିଁକି ମହତ୍ତ୍ୱପୂର୍ଣ୍ଣ, ଏହାର ଇତିହାସ ଓ ପରମ୍ପରା କ’ଣ

କ୍ରୀସମାସ୍ ପାଳନ ଅବସରରେ ପ୍ରତ୍ୟେକ ଘରେ ରଙ୍ଗବେରଙ୍ଗୀ ଆଲୋକମାଳାରେ ସଜ୍ଜିତ କ୍ରୀସମାସ୍ ଟ୍ରୀ ଦେଖିବାକୁ ମିଳିଥାଏ । ଅନେକ ସ୍ଥାନରେ ଏହି ବୃକ୍ଷକୁ ଦେବତା ଭାବେ ପୂଜା କରାଯାଏ । ଏହି ବୃକ୍ଷକୁ  ସଜାଇବା ଓ ପୂଜା କରିବା ପଛରେ କିଛି ପୌରାଣିକ ଓ ଐତିହାସିକ ଗାଥା ରହିଛି । ଆସନ୍ତୁ ଜାଣିବା କ’ଣ ସେ କଥା ।

ବାଇବେଲ୍ ଅନୁଯାୟୀ ଯୀଶୁଙ୍କ ଜନ୍ମ ସମୟରେ ଦେବଦୂତମାନେ ତାଙ୍କ ମା’ ମେରୀୟମଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ ଏବଂ ଏକ ବୃକ୍ଷକୁ ବିଭିନ୍ନ ରଙ୍ଗୀନ୍ ଆଲୋକମାଳାରେ ସଜ୍ଜିତ କରି ଉପହାର ସ୍ୱରୂପ ଦେଇଥିଲେ । ତେଣୁ ଯୀଶୁଙ୍କ ଜନ୍ମଦିନରେ ଏହି ବୃକ୍ଷ ପରମ୍ପରା ରହିଛି ।

କିନ୍ତୁ ଐତିହାସିକ ମତାନୁଯାୟୀ ପ୍ରଥମେ ଜର୍ମାନୀରେ ଏହି ପରମ୍ପରା ଆରମ୍ଭ ହୋଇଥିଲା । ଅଷ୍ଟମ ଶତାବ୍ଦୀରେ ବୋନିଫେସ୍ ନାମକ ଜଣେ ଧର୍ମ ପ୍ରଚାରକ କ୍ରୀସମାସ୍ ଟ୍ରୀ ପରମ୍ପରା ଆରମ୍ଭ କରିଥିଲେ । ଏହା ବ୍ୟତୀତ କ୍ରୀସମାସ୍ ଟ୍ରୀ ପଛରେ ଆଉ ଏକ କାହାଣୀ ମଧ୍ୟ ରହିଛି ।

୧୯୧୨ ମସିହାରେ ଆମେରିକାରେ ଏକ ରୋଗାକ୍ରାନ୍ତ ଶିଶୁର ଅନୁରୋଧକ୍ରମେ ତାଙ୍କର ବାପା ଖ୍ରୀଷ୍ଟମାସ୍ ଟ୍ରୀକୁ ବିଭିନ୍ନ ଆଲୋକମାଳା, ରଙ୍ଗୀନ୍ କାଗଜ ଓ ମହମବତୀରେ ସଜାଇଥିଲେ । ସେହିଦିନ ଠାରୁ କ୍ରୀସମାସ୍ ଟ୍ରୀର ପରମ୍ପରା ଆରମ୍ଭ ହୋଇଥିଲା । ଅନେକ ସ୍ଥାନରେ କ୍ରୀସମାସ୍ ଟ୍ରୀକୁ ସଜାଇବା ସହ ଗଛର ଉପରିଭାଗରେ ଏକ ପ୍ରତିମା ଲଗାଯାଇଥାଏ । ଏହି ପରମ୍ପରା ଇଂଲଣ୍ଡରେ ଅଧିକ ପ୍ରଚଳିତ । ପ୍ରତିମା ସ୍ଥାପନ କରିବାର ଏହି ପରମ୍ପରା ଇଂଲଣ୍ଡର ୱିଣ୍ଡସର୍କୈସଲ୍ଠାରେ ପ୍ରଥମେ ଆରମ୍ଭ ହୋଇଥିଲା । ସେଠାକାର ରାଜକୁମାର କ୍ରୀସମାସ୍ ଟ୍ରୀକୁ ସଜାଇବା ପରେ ଦୁଇଟି ହାତ ବିସ୍ତାର କରିଥିବା ଏକ ମୂର୍ତ୍ତିକୁ ଗଛର ଉପରିଭାଗରେ ସ୍ଥାପନା କରିଥିଲେ । ସେହିଦିନଠାରୁ ଇଂଲଣ୍ଡରେ ଏହି ପରମ୍ପରା ରହିଆସଛି । ବିଶ୍ୱର ସବୁଠାରୁ ବଡ଼ କ୍ରୀସମାସ୍୍ ଟ୍ରୀ ଉତ୍ତର କେରୋଲିନାସ୍ଥିତ ହିଲ୍ଟନ୍ ପାର୍କରେ ଅଛି । ଏହା ଉଚ୍ଚତା ୯୦ ଫୁଟ୍ ଓ ବ୍ୟାସାର୍ଦ୍ଧ ୧୪ ଫୁଟ୍ । ଏହାର ପୂର୍ଣ୍ଣ ଛାଇର ପରିଧି ୧୧୦ ଫୁଟ୍ରୁ ଊଦ୍ଧ୍ୱର୍ ହେବ । କ୍ରୀସମାସ୍ ଡେ’ ପାଳନ ଅବସରରେ ଏହି ବୃକ୍ଷକୁ ଖୁବ୍ ସୁନ୍ଦର ଭାବରେ ସଜାଯାଇଥାଏ ।

ଆଧ୍ୟାତ୍ମିକସ୍ଥଳ ଭାବେ ପ୍ରତିବର୍ଷ ଏହି କ୍ରୀସମାସ୍ ଟ୍ରୀର ଦର୍ଶନ ପାଇଁ ଅନେକ ଲୋକଙ୍କ ସୁଅ ଛୁଟିଥାଏ । ଆଉ ଏକ କାହାଣୀ ଅନୁଯାୟୀ, ୟୁରୋପୀୟ ଦେଶମାନଙ୍କରେ କୌଣସି ପର୍ବରେ ବିଭିନ୍ନ ଗଛକୁ ସଜାଇବାର ପରମ୍ପରା ରହିଥିଲା । ଜର୍ମାନୀରେ ପ୍ରତିବର୍ଷ ଡିସେମ୍ବର ୨୪ ତାରିଖ ପର୍ବ ପାଳନ ସମୟରେ ଏକ ରହସ୍ୟାତ୍ମକ ନାଟକ ‘ଅଦନ୍ କା ବୃକ୍ଷ’ ମଞ୍ଚସ୍ଥ ହେଉଥିଲା । ସମ୍ଭବତଃ ଏହି ବି·ରଧାରା କ୍ରୀସ୍ମାସ୍ ଟ୍ରୀର ରୂପ ନେଇଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । କିମ୍ବଦନ୍ତୀ ଅନୁଯାୟୀ ୧୮୨୧ରେ ଇଂଲଣ୍ଡର ରାଣୀ ଏକ କ୍ରୀସ୍ମାସ୍ ବୃକ୍ଷ ପ୍ରସ୍ତୁତ କରି ଶିଶୁମାନଙ୍କ ସହିତ ଉତ୍ସବର ଆୟୋଜନ କରିଥିଲେ ।

Leave a Reply

Your email address will not be published.