ନାଗରିକତ୍ଵ ଆଇନ: ଇତିହାସ ଲେଖକ ରାମଚନ୍ଦ୍ର ଗୁହା ଅଟକ

ଭୁବନେଶ୍ଵର, (ଓଟି): ନାଗରିକତ୍ଵ ଆଇନ ଏବଂ ଜାତୀୟ ନାଗରିକତ୍ଵ ପଞ୍ଜିକାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନକୁ ଆସୁଥିବା ସମୟରେ ପୁଲିସ ଦ୍ଵାରା ଅଟକ ହୋଇଛନ୍ତି ଇତିହାସ ଲେଖକ ରାମଚନ୍ଦ୍ର ଗୁହା। ବେଙ୍ଗାଳୁରୁ ସହରରେ ତାଙ୍କୁ ପୁଲିସ ଉଠାଇ ନେଇଥିବା ଖବର ମିଳିଛି। ନିଶିଦ୍ଧାଞ୍ଚଳରେ ବିରୋଧ ପ୍ରଦର୍ଶନକୁ ଏଡ଼ାଇବା ଲାଗି ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଟାଉନ୍‌ ହଲ୍‌ ନିକଟରେ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା। 

#citizenshipamentdment #NRC #CAA #ନାଗରିକତ୍ଵ

 

Leave a Reply

Your email address will not be published.