ଡେରାବିଶରେ ବୋମା ମାଡ଼: ଜନସାଧାରଣ ଆତଙ୍କିତ

କେନ୍ଦ୍ରାପଡା଼,(ଓଟି): କେନ୍ଦ୍ରାପଡ଼ା ଜିଲ୍ଲାରେ ଅପରାଧ କମିବାର ନାଁ ଧରୁନି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ବ୍ୟବଧାନରେ ଲୁଟ, ବୋମା ମାଡ଼ ବା ଗୁଳିକାଣ୍ଡ ଘଟିବାରେ ଲାଗିଛି । ଏ ନେଇ ଜିଲ୍ଲାର ସାଧାରଣ ଲୋକେ ଅତଙ୍କିତ ଅବସ୍ଥାରେ ଅଛନ୍ତି । ଡେରାବିଶ ବ୍ଲକ ଅନ୍ତଗତ ବାଲିଆ ଗ୍ରାମର ଅମୀର ଖାନଙ୍କ ଘର ଉପରକୁ ରାତି ପ୍ରାୟ ସାଢ ୧ ଟା ସମୟରେ ଦୁର୍ବୃତମାନେ ବୋମା ମାଡ଼ କରି ପଳାଇ ଯାଇଛନ୍ତି । ଏହି ବୋମାମାଡ଼ରେ କେହି ମୃତାହତ ହୋଇ ନଥିଲେ ବି ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ଓ ସାଧାରଣ ଲୋକେ ଭୟଭୀତ ହୋଇ ରହିଛନ୍ତି । ଘଟଣାସ୍ଥଳରେ ୨ଟି ଜୀବନ୍ତ ଗୁଳି, ସୁତୁଲି ଓ ଦିଆସିଲି କାଠି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ବୋମା ମାଡ଼ କିଏ ଓ କ’ଣ ପାଇଁ ଘଟାଇଛି ତାହା ଜଣାପଡ଼ିନାହିଁ । ସୋମବାର ସକାଳେ ଡେରାବିଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ପରେ ଏ ନେଇ ଅଧିକ ସୂଚନା ମିଳିବ ବୋଲି ଡେରାବିଶ ଥାନା ଅଧିକାରୀ ରମାକାନ୍ତ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *