ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ ସେନ୍ଗର ଦୋଷୀ ସାବ୍ୟସ୍ତ
ଭୁବନେଶ୍ଵର, (ଓଟି): ବହୁ ଚର୍ଚିତ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ବିଜେପି ବିଧାୟକକୁଲ୍ଦୀପ ସେନ୍ଗାର୍ଙ୍କୁ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଲେ ତାଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ୧୮ ତାରିଖରେ ଦଣ୍ଡ ଘୋଷଣା କରାଯିବ ବୋଲି ଦିଲ୍ଲୀର ଏକ କୋର୍ଟ ରାୟ ଦେଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଶଶି ସିଂହଙ୍କୁ ଖଲାସ କରାଯାଇଛି।
୨୦୧୭ ମସିହାରେ ତତ୍କାଳୀନ ବିଧାୟକ କୁଲଦୀପ୍ ନିଜ କ୍ଷମତାକୁ ଅପ ବ୍ୟବହାର କରି ଜଣେ ସାଧାର ବର୍ଗର ନାବାଳିକାକୁ ଅପହରଣ ଓ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଖାଲି ସେତିକି ନୁହେଁ ସମ୍ପୃକ୍ତ ଅଭିଯୁକ୍ତ ନିଜ କ୍ଷମତାକୁ ଅପବ୍ୟବହାର କରି ମାମଲାକୁ ଦବାଇବା ଲାଗି ଚେଷ୍ଟା କରିଥିଲେ। ତାଙ୍କ ପରିବାରବର୍ଗଙ୍କୁ ବାରମ୍ବାର ଧମକ ଦେଇ ଆସୁଥିଲେ। ଏପରିକି ପୀଡ଼ିତାଙ୍କ ବାପାଙ୍କ ନାଁରେ ମଧ୍ୟ ମିଛ ମକଦ୍ଦମା ଦାୟର କରି ତାଙ୍କୁ ଜେଲ୍ ଭିତରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।
ମାମଲାର ବିଚାର କରୁଥିବା ଜଜ୍ ଧର୍ମେଶ ଶର୍ମା କହିଛନ୍ତି, ‘ ସନ୍ଗାର ଜଣେ କ୍ଷମତାଶାଳୀ ବ୍ୟକ୍ତି। ପୀଡ଼ିତା ଗ୍ରାମାଞ୍ଚଳର ଗରିବ ପରିବାରରୁ ଆସିଛନ୍ତି। ସେ ମହାନଗରୀର ଝିଅଙ୍କ ଭଳି ନୁହେଁ , ସେଥିଲାଗି ଏତଲା ଦାୟର କରିବାରେ ବିଳମ୍ବ ହୋଇଛି। କିନ୍ତୁ ମୁଁ ତାଙ୍କ ବୟାନରେ ନିଶ୍ଚିତ ଯେ, ସେଥଇରେ ସତ୍ୟତା ରହିଛି ଏବଂ ତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମର ଶିକାର କରାଯାଇଛି।
ଏହାସହ ଭାରତୀୟ ପିଙ୍ଗଳ କୋଡ୍ ଓ ପୋକ୍ସୋ ଆଇନ ଅନୁସାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏବେ ପୀଡ଼ିତାଙ୍କୁ ୧୯ ବର୍ଷ ବୟସ ହୋଇଛି। ୨୦୧୭ ମସିହାରେ ତାଙ୍କୁ ବଳପୂର୍ବକ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା, ଯେତେବେଳେ ସେ ନାବାଳିକା ଥିଲେ। ସେ ନିକଟରେ ଗାଡ଼ିରେ ଆସୁଥିବାବେଳେ ଏକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ତାଙ୍କର ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା। ଏ ସମସ୍ତ ଘଟଣଶ ଅଭିଯୁକ୍ତଙ୍କ ଦ୍ଵାରା ଭିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ଉତ୍ତର ପ୍ରଦେଶର ବେଙ୍ଗରମାଉ ମଣ୍ଡଳୀରୁ ସେନଗର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ଅଗଷ୍ଟ ମାସରେ ତାଙ୍କୁ ପାର୍ଟି ଓ ପଦବୀରୁ ବହିଷ୍କାର କରାଯାଇଥିଲା ।