ପୁରୀ ପାଇଁ ୬ ଖଣ୍ଡେଲାଇଟ୍‌ ଖଣିକୁ ନିଜ ହାତରେ ରଖିଲେ ସରକାର

ଭୁବନେଶ୍ଵର, (ଓଟି): ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ହାତକୁ ନେଇଥିବା ଅବଢ଼ା ଯୋଜନା ଲାଗି ଅର୍ଥ ଯୋଗାଣ ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ୩ଟି ଜିଲ୍ଲାରେ ଥିବା ୬ଟି ଖାଣ୍ଡେଲାଇଟ୍ ଖଣିକୁ ଓଡ଼ିଶା ଖଣି ନିଗମ ଅଧିନରେ ରଖିଛନ୍ତି। ଏହି ଖଣିରୁ ଉତ୍ତୋଳିତ ଖଣିଜ ଦ୍ରବ୍ୟର ବିକ୍ରିଲବ୍ଧ ଅର୍ଥ ଶ୍ରୀମନ୍ଦିର ପରିଚାଳନା ସମିତିକୁ ମିଳିବ। ଏହି ଅର୍ଥରେ ଅବଢ଼ା ଯୋଜନା ଅଧିନରେ ବିଭିନ୍ନ ଐତିହ୍ୟର ରକ୍ଷଣାବେକ୍ଷଣ ସହ କଳାକୃତିର ଉନ୍ନତିକରଣ ଲାଗି ଖର୍ଚ୍ଚ ହେବ।

ଖଣି ଟଙ୍କାରେ ହେବ ପୁରୀର ବିକାଶ । ଅର୍ଥ ବ୍ୟବସ୍ଥା ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଇସ୍ପାତ ବିଭାଗ ୬ଟି ଖଣ୍ଡୋଲାଇଟ ଖଣି ଦେଇଛି । ଓଡିଶା ଖଣି ନିଗମ ମାଧ୍ୟମରେ ଉତ୍ତୋଳନ ହେବ ଲଘୁ ଖଣିଜ ପଦାର୍ଥ । ଏଥିରୁ ସଂଗୃହୀତ ଅର୍ଥରେ ଅବଢା ଯୋଜନା ଦ୍ୱାରା ପୁରୀର ବିକାଶ କରାଯିବ । ଯାଜପୁରର ୩, ଖୋର୍ଦ୍ଧାର ୨ ଓ ପୁରୀର ଗୋଟିଏ ଖଣ୍ଡୋଲାଇଟ ଖଣିରୁ ଆଦାୟ ଅର୍ଥରେ ପୁରୀ ଐତିହ୍ୟ ସହର ହେବ ଓ ଏଠାକାର ମୌଳିକ ଭିତ୍ତିଭୂମିର ବିକାଶ କରାଯିବ।

Leave a Reply

Your email address will not be published. Required fields are marked *