ବଦଳିଲେ ଯୋଜନା ବୋର୍ଡ଼ ଅଧ୍ୟକ୍ଷ: ପ୍ରଫୁଲ୍ଲ ମଲ୍ଲିକଙ୍କୁ ବାଦ୍‌

ଭୁବନେଶ୍ଵର, (ଓଟି): ଜିଲ୍ଲାସ୍ତରରେ ସରକାରୀ ଉନ୍ନୟନ ପ୍ରକଳ୍ପକୁ ବ୍ୟାପକ କରିବା ତଥା ଜିଲ୍ଲା ସ୍ତରୀୟ ବିକାଶ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି କରି ତାହାକୁ ସରକାରଙ୍କ ଦ୍ଵାରା ତ୍ଵରାନ୍ବିତ କରିବା ଲାଗି ଗଠିତ ଯୋଜନା ବୋର୍ଡ଼ଗୁଡ଼ିକରେ ସରକାର ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତନରେ ତିନିଜଣ ମନ୍ତ୍ରୀଙ୍କ ଦାୟିତ୍ଵ ବଦଳାଯାଇଥିବା ବେଳେ ଷ୍ଟିଲ୍‌ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦାୟିତ୍ଵରୁ ଅପସାରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ସୂଚନା ହସ୍ତଗତ ହୋଇଛି। 

ବଲାଘଙ୍ଗିର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦାୟିତ୍ଵରୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଅପସାରଣ କରାଯାଇଛି। ତାଙ୍କୁ ନୂଆ କରି କଳାହାଣ୍ଡି ଜିଲ୍ଲାର ଯୋଜନାବୋର୍ଡ଼ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵ ତୁଲାଉଥିବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦେବଗଡ଼ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵରେ  ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ  ମଲ୍ଲିକ ରହିଥିଲେ। 

ବଲାଙ୍ଗୀର ଦାୟିତ୍ଵରେ ଗ୍ରାମ ଉନ୍ନୟନ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। 

 

Leave a Reply

Your email address will not be published. Required fields are marked *