ମୋ’ ବସ୍‍ ଭଡ଼ା କମିଲା

ଭୁବନେଶ୍ୱର, (ଓଟି). ଏହି ଶୀତଋତୁରେ ମୋ’ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । କାରଣ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସପୋର୍ଟ (କ୍ରୁଟ୍) ପକ୍ଷରୁ ପରିଚାଳିତ ହେଉଥିବା ସିଟି ବସ୍‍ ସେବା ମୋ\’ବସ୍‍ ବ୍ୟବସ୍ଥାରେ ବସ୍‍ ଭଡ଼ା ହ୍ରାସ କରାଯାଇଛି । ଏହା ଆସନ୍ତା ଦୁଇମାସ ପାଇଁ କାର୍ଯ୍ୟକାରୀ ହେବ । କ୍ରୁଟ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୀତତାପ ନିୟନ୍ତ୍ରିତ ବସ୍‍ ଭଡାକୁ ୩୮ ପ୍ରତିଶତ କମାଯାଇଛି । ସେହିପରି ମାସିକ ପାସ୍ର ଦର ମଧ୍ୟ କମାଯାଇଛି । ଏହି ନୂତନ ଭଡା ଡିସେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ।


ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଜଣାଇଛନ୍ତି ଯେ, ଶୀତତାପ ନିୟନ୍ତ୍ରିତ ବସ୍ର ପ୍ରଥମ ୨ କି.ମି ପାଇଁ ସର୍ବନିମ୍ନ ଭଡ଼ା ବର୍ତ୍ତମାନ ପାଇଁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କାରେ ନିର୍ଦ୍ଧାରିତ କରାଯାଇଛି । ସେହିପରି ଶୀତତାପ ନିୟନ୍ତ୍ରୀତ ବସ୍ର ସର୍ବାଧିକ ଭଡା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି ।


ବର୍ତ୍ତମାନ ଶୀତତାପ ନିୟନ୍ତ୍ରିତ ବସ୍ର ଭଡ଼ା ଅଣ ଶୀତତାପ ନିୟନ୍ତ୍ରିତ ବସ ଭଡ଼ାଠାରୁ ୬୦% ରୁ ୧୪୦% ଅଧିକା ରହିଛି । ବର୍ତ୍ତମାନ ଦରର ପରିବର୍ତ୍ତନ ପରେ ଏହି ଭଡା ମାତ୍ର ୩୦% ଅଧିକ ରହିବ । ଏହି ରିହାତି କରାଯିବାର ଉଦ୍ଦେଶ୍ୟ ହେଉଛି ମୋ ବସ ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବା ତଥା ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା । ଏହି ନୁଆ ଦର ୧.୧୨.୧୯ରୁ ୩୧.୧.୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।


ଆହୁରି ମଧ୍ୟ ଉଭୟ ଶୀତତାପ ନିୟନ୍ତ୍ରିତ ବସ୍ ଓ ଅଣଶୀତତାପ ନିୟନ୍ତ୍ରତତ ବସ୍ଭଡାର ସୁବ୍ୟବସ୍ଥୀକରଣ କରିବା ପାଇଁ ପ୍ରତ୍ୟେକ ଭଡାକୁ ୫ଟଙ୍କାର ଗୁଣିତକରେ ନିର୍ଦ୍ଧାରିତ କରାଯାଇଛି । ଯାହାଦ୍ୱାରା ଯାତ୍ରୀମାନଙ୍କୁ ଟିକେଟ୍ ଭଡା ଦେବା ପାଇଁ ସୁବିଧା ହେବ । ଉଭୟ ଯାତ୍ରୀ ଏବଂ ଗାଇଡ୍ ମାନଙ୍କ ପାଖରେ ପ୍ରାୟତଃ ଖୁଚୁରା ପଇସାର ଅଭାବ ଥାଏ । ଏହି ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ବସ୍ଭଡ଼ା ଦେବା ପାଇଁ ଅସୁବିଧା ହୋଇଥାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ ତଥା ଯାତ୍ରୀମାନଙ୍କୁ ସୁଖଦ ଅନୁଭୁତି ପ୍ରଦାନ କରିବା ପାଇଁ ଏକ ଯତ୍ନବାନ ଯାତ୍ରୀବାହୀ ସଂସ୍ଥା ହିସାବରେ ଆମେ ଏହା ସ୍ଥିର କରିଛୁୁ ବୋଲି ଦିପ୍ତୀ କହିଛନ୍ତି ।


ବସଭଡା ପରିବର୍ତ୍ତନକ୍ରମରେ ଶତକଡା ୪୧ ଭାଗ ଅଣ ଶୀତତାପ ନିୟନ୍ତ୍ରିତ ବସ୍ଯାତ୍ରୀ ରିହାତି ପାଇବେ । ମାତ୍ର ୯ଭାଗ ଯାତ୍ରୀ ସାମାନ୍ୟ ମୁଲ୍ୟବୃଦ୍ଧିରେ ପ୍ରଭାବିତ ହେବେ, ଯାହାକି ମାତ୍ର ୧ ବା୨ ଟଙ୍କା ବୃଦ୍ଧିହେବ. ବାକି ୫୦ ପ୍ରତିଶତ ଯାତ୍ରୀ ଏହି ମୁଲ୍ୟବୃଦ୍ଧି ଦ୍ୱାରା ଆଦୌ ପ୍ରଭାବିତ ହେବେନାହିଁ । ବିଶେଷତଃ ଶୀତତାପ ନିୟନ୍ତ୍ରୀତ ବସ୍ରେ ଯାତ୍ରୀମାନେ ସମ୍ପୂର୍ଣ୍ଣଭାବେ ଏହି ରିହାତିର ସୁଯୋଗ ପାଇପାରିବେ ।


ଏହିକ୍ରମରେ ଅଣ ଶୀତତାପ ନିୟନ୍ତ୍ରୀତ ବସ୍ ମାସିକ ଭଡା ବର୍ତ୍ତମାନ ୬୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କା ଭୁବନେଶ୍ୱର ପାସ୍ର (ଶୀତତାପ ନିୟନ୍ତ୍ରୀତ) ଭଡା ୯୦୦ ଟଙ୍କା ପରିବର୍ତ୍ତେ ୭୫୦ ଟଙ୍କା କରାଯିବ । ସେହିପରି ମ୍ୟାଜିକ ପାସ୍ର ଭଡା ଅଣ ଶୀତତାପ ନିୟନ୍ତ୍ରୀତ ପାଇଁ ୧୨୦୦ ଟଙ୍କା ପରିବର୍ତ୍ତେ ୧୧୦୦ ଟଙ୍କା ଓ ଶୀତତାପ ନିୟନ୍ତ୍ରୀତ ବସ୍ ପାଇଁ ୧୮୦୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା କରାଗଲା ।

Leave a Reply

Your email address will not be published. Required fields are marked *