‘କମାଣ୍ଡୋ ୩’ରେ ଏଣ୍ଟ୍ରୀ ଦୃଶ୍ୟ ସେୟାର୍ କଲେ ବିଦ୍ୟୁତ୍

ପରଦା ଉପରେ ଶାନଦାର୍ ଡାଇଲଗ୍ ସହିତ ଦମଦାର୍ ଚେହେରା ଏବଂ ତା’ ସାଙ୍ଗକୁ ଜାନଦାର୍ ଆକ୍ସନ୍ ଦୃଶ୍ୟ ବିଦ୍ୟୁତ୍ ଜାମୱାଲଙ୍କ ଅଗଣିତ ପ୍ରଶଂସକଙ୍କୁ କିମିଆ କରିରଖିଛି । ଏବେ ଏହି ଧାରାରେ ବିଦ୍ୟତ୍ ତାଙ୍କର ଆଗାମୀ ଫିଲ୍ମ ‘କମାଣ୍ଡୋ ୩’ର ଏକ ଭିଡିଓ ସେୟାର୍ କରିଛନ୍ତି । ୫ ମିନିଟର ଏହି ଭିଡିଓରେ ବିଦ୍ୟୁତଙ୍କ ଏଣ୍ଟ୍ରୀ ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟୁତଙ୍କ ଧମାକେଦାର୍ ଏଣ୍ଟ୍ରୀ ଏବଂ ଧମାକେଦାର୍ ଆକ୍ସନ୍ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ହେଉଛି ।

ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେ ଏହି ଭଡିଓକୁ ସେୟାର୍ କରିଥିଲେ । ସେୟାର କରାଯିବାର ମାତ୍ର ୧-୨ ଘଣ୍ଟା ମଧ୍ୟରେ ଏହାର ଭ୍ୟୁଅର୍ସ ସଂଖ୍ୟା ପ୍ରାୟ ୧ଲକ୍ଷ ପାଖାପାଖି ହୋଇଥିଲା ବୋଲି ସୂଚନା ମିଳିଛି । ସୋସିଆଲ୍ ମିଡିଆରେ ଛାଇ ରହିଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ – ସ୍କୁଲ୍ ଯାଉଥିବା ଝିଅମାନଙ୍କୁ ଅଶ୍ଲୀଳ ବ୍ୟବହାର କରୁଥିବା କିଛି ପହେଲମାନଙ୍କୁ ବିଦ୍ୟୁତ୍ କିଭଳି ଭାବେ ଧୁଳି ଚଟାଇଛନ୍ତି । ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଗୁଲସନ୍ ଦେବୈୟା ଭିଲିଆନ୍ ଭୂମିକାରେ ଅଛନ୍ତି । ଚଳିତମାସ ୨୯ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ ।

Leave a Reply

Your email address will not be published. Required fields are marked *