ଶୀତଦିନରେ ପାଆନ୍ତୁ ଆକର୍ଷଣୀୟ ତ୍ୱଚା, ଆପଣାନ୍ତୁ ଏହି ବିୟୁଟି ଟିପ୍ସ

ଶୀତଦିନ ଆସିବା ସଙ୍ଗେ ସଙ୍ଗେ ତ୍ୱଚାଜନିତ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ସେସବୁ ଭିତରୁ ଶୁଷ୍କ ତ୍ୱଚା ସମସ୍ୟା ଆପଣଙ୍କର ସୌନ୍ଦର୍ଯ୍ୟକୁ ଫିକା କରିଥାଏ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ସହଜ ଓ ସରଳ ଉପାୟ ରହିଛି । ଏହାଦ୍ୱାରା ଆପଣଙ୍କର ଚେହେରା ଚମକଦାର୍ ହେବା ସହିତ ଅନ୍ୟାନ୍ୟ ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ପ୍ରତିଦିନ ଏକ କପ୍ ଗାଈଖିର ସହିତ ୨-୩ ଚାମଚ ବାଦାମ୍ ଗୁଣ୍ଡ ମିଶାଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଧ୍ୟାନ ରଖନ୍ତୁ ଏହି ଖିରକୁ ଫୁଟାଇବେ ନାହିଁ । ଏହି ପେଷ୍ଟକୁ ଭଲ ଭାବେ ଚେହେରାରେ ଲଗାଇ କିଛି ସମୟ ହାଲକା ମସାଜ୍ କରନ୍ତୁ । ଏହାକୁ ଆପଣ ବେକ, କହୁଣୀ, ଆଣଣ୍ଠୁ, ହାତ ଓ ପାଦରେ ମଧ୍ୟ ଲଗାଇ ପାରିବେ । ପ୍ରାୟ ଅଧଘଣ୍ଟା ଏହାକୁ ଲଗାଇ ରଖିବା ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ । ଧୋଇବା ସମୟରେ କୌଣସି ସାବୁନ୍ କିମ୍ବା ଫେସୱାସ୍ ଲଗାନ୍ତୁ ନାହିଁ । ପ୍ରତିଦିନ ଏଭଳି କରିବା ପରେ ଶୀତଦିନରେ ମଧ୍ୟ ଆପଣଙ୍କ ଚେହେରାର ଚମକ ବଜାୟ ରହିବ ।

Leave a Reply

Your email address will not be published. Required fields are marked *