୩ ଲକ୍ଷର ବାଇକ୍ ସହିତ ଜ୍ୟାକିଙ୍କ ଦେଶୀ ଅନ୍ଦାଜ୍

ବି ଟାଉନର ଦକ୍ଷ ଅଭିନେତା ଜ୍ୟାକି ସ୍ରଫ୍ ଏବେ ସୋସିଆଲ୍ ମିଡିଆରେ ଛାଇ ରହିଛନ୍ତି । ଆଜିକାଲି ଯେଉଁଠି ଦେଖ, କେବଳ ତାଙ୍କର ଚର୍ଚ୍ଚା । ତେବେ ଏହାର କାରଣ ହେଉଛି ଗୋଟିଏ ବାଇକ୍ । ଏବେ ଜ୍ୟାକି ୩.୩୦ ଲକ୍ଷ ଟଙ୍କାର ଆଇକୋନିକ୍ ମୋଟର୍ ସାଇକଲ୍ ରୟାଲ୍ ଏନଫିଲ୍ଡ କଣ୍ଟିନେଣ୍ଟାଲ୍ ଜିଟି ୬୫୦ କିଣିଛନ୍ତି । ମୁମ୍ବାଇର ରାଜରାସ୍ତାରେ ଜ୍ୟାକିଙ୍କୁ ଏକଦମ୍ ଦେଶୀ ଅନ୍ଦାଜରେ ଏହି ବାଇକ୍ ରାଇଡରେ ଦେଖିବାକୁ ମିଳିଥିଲା । ଖାକି ରଙ୍ଗର ପ୍ୟାଣ୍ଟ ସହିତ ହ୍ୱାଇଟ୍-ବ୍ଲୁ ଷ୍ଟ୍ରିପଡ୍ ସାର୍ଟ ଜ୍ୟାକଙ୍କୁ ବେଶ୍ ମାନୁଥିଲା ।

ନିକଟରେ ଜ୍ୟାକି ପ୍ରଭାସ ଓ ଶ୍ରଦ୍ଧା ଷ୍ଟାରର୍ ‘ସାହୋ’ରେ ପରଦା ଉପରକୁ ଆସିଥିଲେ । ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ପ୍ରସ୍ଥାନମ୍’ରେ ମଧ୍ୟ ଜ୍ୟାକିଙ୍କ ଅଭିନୟର ଭୁରିଭୁରି ପ୍ରଶଂସା ଶୁଣିବାକୁ ମିଳିଥିଲା । ୮୦ ଦଶକରେ ସିନେ ମହଲର ଦମଦାର୍ ହିରୋ ଜ୍ୟାକି ଆଜିପର୍ଯ୍ୟନ୍ତ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏବଂ ସଲମାନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ୍ ୱାଣ୍ଟେଡ୍ ଭାଇ’ରେ ମଧ୍ୟ ଜ୍ୟାକଙ୍କୁ ଦେଖିବାକୁ ମିଳିବ । ଏବେ ଏହାର ସୁଟିଂ ଚାଲୁରହିଛି ।

Leave a Reply

Your email address will not be published. Required fields are marked *