ନୂଆ ଫ୍ୟାଶନ୍ ଫର୍ମୁଲା – ଫଙ୍କି କମରବନ୍ଧ
ଆସିଗଲାଣି ବିବାହ ଋତୁ । ମେହେନ୍ଦି ଠାରୁ ବିବାହ ଉତ୍ସବ ପର୍ଯ୍ୟନ୍ତ ଗର୍ଜିଅସ୍ ଓ ଟ୍ରେଣ୍ଡି ଲୁକ୍ ପାଇଁ ଦୁଲହନର ଆଉଟଫିଟ୍ କିଭଳି ହେବା ଉଚିତ୍ ଏବଂ ତାହାକୁ ମ୍ୟାଚିଙ୍ଗ୍ ଗହଣା କିଭଳି ହେବା ଆବଶ୍ୟକ, ସେ ସମ୍ପର୍କରେ ଝିଅମାନେ ଅନେକ କିଛି ଟିପ୍ସ ଫଲୋ କରିଥାନ୍ତି । ଦୁଲହନ୍ ସହିତ ବିବାହରେ ସାମିଲ୍ ହେଉଥିବା ଝିଅମାନେ ମଧ୍ୟ ନିଜକୁ ଟ୍ରେଣ୍ଡି ସହ ଫ୍ୟାଶନେବଲ୍ ଲୁକ୍ ଦେବାକୁ ଚାହାନ୍ତି । ତେବେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟ୍ରାଡିସନାଲ୍ ସହିତ ଟ୍ରେଣ୍ଡି ଲୁକ୍ ଚାହୁଁଥିଲେ, ଫଙ୍କି କମରବନ୍ଧ ଆପଣଙ୍କ ପାଇଁ ବେଷ୍ଟ୍ ଚଏସ୍ । ଏହା ପିନ୍ଧିବା ପାଇଁ ହାଲକା ଓ ବେଶ୍ ସୁନ୍ଦର ଲାଗିଥାଏ ।
ଏହା ବିଭିନ୍ନ ପ୍ରକାର ମ୍ୟାଟେରିଆଲ୍ ଓ ଡିଜାଇନରେ ଉପଲବ୍ଧ । ଦୁଲହନଙ୍କର ହେଭି ଲେହେଙ୍ଗା ଏବଂ ଶାଢ଼ିରେ ଫଙ୍କି କମରବନ୍ଧ ଏକ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ବିଭିନ୍ନ କଲରଫୁଲ୍ ମାଳିଯୁକ୍ତ ଲେୟାରର୍ଡ଼ କମରବନ୍ଧର ଚାହିଦା ଏବେ ସୁବଠାରୁ ଅଧିକ । କାରଣ ଏହାକୁ ଶାଢ଼ିର ରଙ୍ଗ ସହିତ ସହଜରେ ଟିମଅପ୍ କରାଯାଇପାରୁଛି । ଆଜିକାଲି ଝିଅମାନେ ଅନାରକଲି ସହିତ ମଧ୍ୟ କମରବନ୍ଧ କ୍ୟାରି କରୁଛନ୍ତି, ଯାହାକି ଏକ ନିଆରା ଲୁକ୍ ଦେଇଥାଏ । ଟିନ୍ ଏଜର ଝିଅମାନେ ୱେଡିଙ୍ଗ୍ ପାର୍ଟି ପାଇଁ ଗୋଟିଏ ରଙ୍ଗର ହାଲକା ଶାଢ଼ି ସହିତ ଷ୍ଟୋନ୍, ପର୍ଲ କିମ୍ବା ମିରର୍ ଯୁକ୍ତ ଅଳ୍ପ ବଡ଼ କମରବନ୍ଧ ଟ୍ରାଏ କରନ୍ତୁ । ଏହା ବେଶ୍ କ୍ଲାସି ଲୁକ୍ ଦେବ । ଷ୍ଟୋନଯୁକ୍ତ ହେଭି ଶାଢ଼ି କିମ୍ବା ଲେହେଙ୍ଗା କ୍ୟାରି କରୁଥିଲେ ଚେନ୍ ସହିତ ଗୋଟିଏ ଫ୍ଲାୱାର୍ ଜଏଣ୍ଟ୍ ଥିବା କମରବନ୍ଦ ପରଫେକ୍ଟ ହେବ ।