ଦୁଇ ଦାନ୍ତ ଭିତରେ ଖାଲିସ୍ଥାନ ଅଛି କି? ଜାଣନ୍ତୁ ଏ ସମ୍ପର୍କିତ କିଛି ତଥ୍ୟ

ସମସ୍ତଙ୍କର ଦାନ୍ତର ଡାଞ୍ଚା ସମାନ ନଥାଏ । ତେବେ ଦାନ୍ତରୁ ମଧ୍ୟ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଅନେକ ସୂଚନା ମିଳିଥାଏ । ଝିଅ ହୁଅନ୍ତୁ କିମ୍ବା ପୁଅ ଅଧିକ ବଡ଼ ଦାନ୍ତ ଥିବା ବ୍ୟକ୍ତିର ସ୍ୱଭାବ କୋମଳ ନୁହେଁ ବୋଲି ଜ୍ୟୋତିଷମାନେ କହିଥାନ୍ତି । ଅଧିକ ଛୋଟ ଦାନ୍ତ ଓ ମୁନିଆ ଦାନ୍ତ ମଧ୍ୟ ଶୁଭ ନୁହେଁ । କିନ୍ତୁ ଆପଣ ଜାଣିଛନ୍ତି କି ଦୁଇଦାନ୍ତ ମଧ୍ୟରେ ଥିବା ଖାଲିସ୍ଥାନ ମଧ୍ୟ ବ୍ୟକ୍ତିତ୍ୱ ଓ ବ୍ୟବହାର ସମ୍ପର୍କରେ ଅନେକ କିଛି ସୂଚନା ଦେଇଥାଏ । ଜ୍ୟୋତିଷମାନେ ଏ ସମ୍ପର୍କରେ ଅନେକ କିଛି ଶୁଭ ପ୍ରଭାବ କହିଥାନ୍ତି । ତେବେ ଆସନ୍ତୁ ଜାଣିବା –
୧- ଏଭଳି ବ୍ୟକ୍ତିଙ୍କର ବିଚାରଧାରା ଉଚ୍ଚକୋଟୀର । ସେମାନେ କେବେ ମଧ୍ୟ ଛୋଟ ଛୋଟ କଥା କିମ୍ବା ଅନ୍ୟମାନଙ୍କ ସମାଲୋଚନାକୁ କାନ ଦେଇନଥାନ୍ତି ।
୨- ଖୁସି ମିଜାଜର ହୋଇଥିବାରୁ ଏଭଳି ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ାଇବା ଅନେକ ଖୁସି ମିଳିଥାଏ ।
୩- ଭଗବାନଙ୍କ ବିଶେଷ କୃପା ଏମାନଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ କରାଯାଏ । ବିଶେଷ ଭାବେ କାର୍ଯ୍ୟକ୍ଷେତ୍ରରେ ଏମାନେ ବେଶ୍ ଦକ୍ଷ ।
୪- କେବେ ମଧ୍ୟ ସେମାନେ ହାର୍ ମାନିନଥାନ୍ତି । ଇଚ୍ଛାଶକ୍ତି ବେଶ୍ ଦୃଢ଼ । ଦୁଃଖକଷ୍ଟ ପରସ୍ଥିତି ସହିତ ଲଢ଼ି ଏମାନେ ଲକ୍ଷ ସ୍ଥଳରେ ପହଞ୍ଚିଥାନ୍ତି ।
୫- ନିଷ୍ପତ୍ତି ନେବାର ଦକ୍ଷତା ଅଧିକ ଥିବାରୁ ଏମାନଙ୍କ ଜୀବନରେ କମ୍ ବିଫଳତା ଆସିଥାଏ । ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ । କୌଣସି ନା କୌଣସି ମାଧ୍ୟମରେ ଅର୍ଥ ଏମାନଙ୍କ ନିକଟକୁ ଆସିଥାଏ ।
୬- ଏମାନେ ଖୁବ୍ ଶାନ୍ତିପ୍ରିୟ ଏବଂ କୌଣସି କାମକୁ ବ୍ୟସ୍ତବିବ୍ରତ ହୋଇ ସମ୍ପୂର୍ଣ୍ଣ କରିବାକୁ ଚାହାନ୍ତି ନାହିଁ ।

Leave a Reply

Your email address will not be published. Required fields are marked *