ନୂଆବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ୬ଟି ଜିନିଷ, ନଚେତ୍ ବର୍ଷସାରା ହୋଇପାରେ କ୍ଷତି
ଆଉ କିଛି ଦିନ ପରେ ଆସିବ ନୂଆବର୍ଷ । ଏହାକୁ ସ୍ୱାଗତ କରିବା ପାଇଁ ସମସ୍ତେ ଏବେଠାରୁ ଲାଗିପଡ଼ିଲେଣି । ନିଜ ଘରକୁ ସଜାଇବା ସହିତ ନିଜକୁ ଏକ ଫ୍ୟାଶନେବୁଲ୍ ଲୁକ୍ ଦେବା ପାଇଁ ମଲ୍ ଓ ବିୟୁଟିପାର୍ଲରରେ ଭିଡ଼ ଜମିଲାଣି । ତେବେ ଏସବୁ ସହିତ ନିଜ ଘରର ବାସ୍ତୁ ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବା ଉଚିତ୍ । ଘର ସଫା କରିବା ସମୟରେ ଏଭଳି ୬ଟି ଜିନିଷ ରହିଛି, ଯାହାକୁ ନିଶ୍ଚିତଭାବେ ଘରୁ ବାହାର କରିଦିଅନ୍ତୁ । ଏଭଳି ନକରିବା ଦ୍ୱାରା ଆପଣଙ୍କୁ ବର୍ଷସାରା କ୍ଷତି ସହିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ସେହି ୬ଟି ଜିନିଷ କ’ଣ –
୧- ଚିରିଯାଇଥିବା କନ୍ଥା କିମ୍ବା ଗଦିକୁ ଯଥାଶୀଘ୍ର ଘରୁ ବାହାର କରିଦିଅନ୍ତୁ । ଭଙ୍ଗା ଖଟ ମଧ୍ୟ ବାହାର କରନ୍ତୁ । ଏଭଳି ଖଟ ଓ କନ୍ଥାରେ ଶୋଇବା ଶୁଭ ହୋଇନଥାଏ ।
୨- ଚିରି ଯାଇଥିବା ଠାକୁର ଫଟୋ ଓ ଠାକୁର ପୋଷାକକୁ ଯଥାଶୀଘ୍ର ପାଣିରେ ବିସର୍ଜନ କରିଦିଅନ୍ତୁ ।
୩- ବନ୍ଦ ହୋଇଯାଇଥିବା ଘଣ୍ଟା କିମ୍ବା ଖରାପ ହୋଇଯାଇଥିବା ଇଲେକଟ୍ରୋନିକ୍ସ ଜିନିଷକୁ ମଧ୍ୟ ଘରୁ ବାହାର କରିଦିଅନ୍ତୁ ।
୪- ଛିଣ୍ଡା ଚପଲ ଓ ଭଙ୍ଗା ଓ ପୁରୁଣା ଫଟୋ ଫ୍ରେମ୍ ମଧ୍ୟ ଘରେ ରଖିବା ଶୁଭ ନୁହେଁ ।
୫- ଯଦି ରୋଷେଇ ଘରେ କିଛି ଭଙ୍ଗା ଜିନିଷ ରହିଛି, ତେବେ ତାହାକୁ ମଧ୍ୟ ଘରୁ ବାହାର କରିଦିଅନ୍ତୁ ।
୬- ଦୁଆର ମୁହଁରେ କିମ୍ବା ବାଡ଼ି ବଗିଚାରେ ଥିବା ଭଙ୍ଗା କୁଣ୍ଡକୁ ମଧ୍ୟ ନୂଆବର୍ଷ ପୂର୍ବରୁ ବାହାର କରିଦିଅନ୍ତୁ ।