ଅନିଲ୍ କପୁରଙ୍କ ଭଳି ଫିଟନେସ୍ ଚାହାନ୍ତି କି? ଆପଣାନ୍ତୁ ଏହି ରୁଟିନ୍

୧- ସବୁଦିନ ଅତିକମରେ ୧୦ ମିନିଟ୍ ସାଇକଲ୍ ଚଲାନ୍ତୁ । କିଛି ସମୟ ଜୋରରେ ଚାଲନ୍ତୁ ।
୨- ସପ୍ତାହରେ ୩ ଦିନ କାର୍ଡ଼ିଓ ଏକ୍ସରସାଇଜ୍ କରନ୍ତୁ କିମ୍ବା ଜିମ୍ ଯାଆନ୍ତୁ ।
୩- ଅନିଲ୍ କପୁର୍ଙ୍କ କହିବା ଅନୁଯାୟୀ ପ୍ରତିଦିନ ଗୋଟିଏ ଭଳି ଏକ୍ସରସାଇଜ୍ ନକରି, ତାହାକୁ ବଦଳାନ୍ତୁ ଏବଂ ତାହାକୁ ସାଇକିଲିଂ ଅର୍ଡ଼ରରେ କରନ୍ତୁ ।
୪- ଅନିଲଙ୍କ ଭଳି ଜଙ୍କଫୁଡ୍ ଓ ଫାଷ୍ଟଫୁଡରୁ ନିଜକୁ ଦୂରେଇ ଅଧିକ ଡାଏରି ପ୍ରଡକ୍ଟକୁ ଡାଏଟରେ ସାମିଲ୍ କରନ୍ତୁ ।
୫- ଖାଲି ପେଟରେ ସେ ଗୋଟିଏ ବୋତଲ ପାଣି ପିଇଥାନ୍ତି । ୱାର୍କଆଉଟ୍ ପୂର୍ବରୁ କିମ୍ବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ୍ ନୁହେଁ । ଏହାକୁ ସେ ଧ୍ୟାନ ରଖନ୍ତି । ବ୍ରେକଫାଷ୍ଟରେ ଅଣ୍ଡା ସାଉୱିଚ୍ ଓ ସାଲାଡ୍ ଖାଇଥାନ୍ତି ।
୬- ଷ୍ଟ୍ରବେରୀ ମିଲ୍କସେକ୍ ଓ ସେଓ ଜୁସ୍ ଅନିଲଙ୍କୁ ଖୁବ୍ ପସନ୍ଦ । ଏହା ଓଜନ କମାଇବାରେ ବେଶ୍ ସହାୟକ ଏବଂ ଏନର୍ଜି ଲେଭଲକୁ ବଢ଼ାଇଥାଏ ।
୭- ଲଂଚରେ ସିଝା ବ୍ରେକୋଲି ଓ ଖାଇବା ପରେ ସେ ଜୁଆଣୀ ଖାଇବାକୁ ପସନ୍ଦ କରନ୍ତି ।
୮- ଅନିଲଙ୍କ ପସନ୍ଦ ଅନୁଯାୟୀ ସିଝା ଡାଲିକୁ ମଧ୍ୟ ଆପଣ ଡାଏଟରେ ସାମିଲ୍ କରିପାରିବେ ।
୯- ଅଧିକ ରାତି ପର୍ଯ୍ୟନ୍ତ ନଖାଇ ରହିବା ପାଇଁ ଅନିଲ୍ ପସନ୍ଦ କରିନଥାନ୍ତି ।
୧୦- ଡିନରରେ ସେ ହାଲକା ଖାଦ୍ୟ ଖାଇଥାନ୍ତି । ଏହାଦ୍ୱାରା ହଜମ ସମସ୍ୟା ସୃଷ୍ଟି ହୋଇନଥାଏ ।

Leave a Reply

Your email address will not be published.