ଅନୁଷ୍କାଙ୍କ ୱିଣ୍ଟର୍ କଲେକସନରେ ଚାଚା ଚୌଧୁରୀ

ବି ଟାଉନର ଦକ୍ଷ ଓ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜସ୍ୱ ପୋଷାକ ବ୍ରାଣ୍ଡ କମ୍ପାନୀର ୱିଣ୍ଟର୍ କଲେକସନରେ ଲୋକପ୍ରିୟ କମିକ୍ କ୍ୟାରାକ୍ଟର୍ ଚାଚା ଚୌଧୁରୀଙ୍କୁ ସାମିଲ୍ କରିଛନ୍ତି । ନିଜେ ଅନୁଷ୍କା ଏହି ଖବରକୁ ମିଡିଆ ସହିତ ସେୟାର୍ କରିଥିଲେ ।

ଏ ସମ୍ପର୍କରେ ସେ କହିଛନ୍ତି ଯେ- ‘୯୦ ଦଶକରେ ଚାଚା ଚୌଧୁରୀ ଥିଲେ ଶିଶୁମାନଙ୍କ ପାଇଁ ଭାରତର ସବୁଠାରୁ ବଡ଼ ଜାସୁସ୍ । ମୁଁ ମଧ୍ୟ ସ୍କୁଲ୍ ସମୟରେ ଚାଚା ଚୌଧୁରୀଙ୍କ କମିକ୍ସ ବୁକ୍ ପାଇଁ ପାଗଳ ଥିଲି । ଅନେକଗୁଡ଼ିଏ ଜଟିଳ ସମସ୍ୟାର ସରଳ ସମାଧାନ ଦିଗରେ ଚାଚା ଚୌଧୁରୀ ଓ ସହଯୋଗୀ ବାବୁଙ୍କ କାହାଣୀକୁ ସବୁ ଛୋଟ ପିଲା ବେଶ୍ ପସନ୍ଦ କରୁଥିଲେ । ମୁଁ ପୁଣିଥରେ ପିଲାଦିନର ସେହିସବୁ ପୁରୁଣା ସ୍ମୃତିକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି । ତେଣୁ ମୋର ଫ୍ୟାଶନ୍ ବ୍ରାଣ୍ଡ ମାଧ୍ୟମରେ ମୁଁ ଚାଚା ଚୌଧୁରୀଙ୍କୁ ଆଣିବାକୁ ମନସ୍ଥ କରିଛି । କମ୍ପୁଟର୍ ପୂର୍ବରୁ ଚାଚା ନେହେରୁ ଥିଲେ ପିଲାମାନଙ୍କ ଅତି ପ୍ରିୟ । ଚାଚା ଚୌଧୁରୀଙ୍କୁ ଫ୍ୟାଶନ୍ ବ୍ରାଣ୍ଡରେ ସାମିଲ୍ କରିବା ନେଇ ମୁଁ ବେଶ୍ ଉତ୍ସାହିତ । ଏହାର ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି’ । ଅନୁଷ୍କାଙ୍କ ଏଭଳି ନିଷ୍ପତିକୁ ପ୍ରଶଂସକ ମଧ୍ୟ ସ୍ୱାଗତ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *