ଘର ଭିତରେ ରଖନ୍ତୁ ଗୋଲାପ ଫୁଲ ଗଛ, ଦେଖନ୍ତୁ ଚମତ୍କାର
କଣ୍ଟାଯୁକ୍ତ ଗଛକୁ ଘରର ମୁଖ୍ୟ ଦ୍ୱାର ପାଖରେ କିମ୍ବା ଘର ଭିତରେ ରଖିବା ପାଇଁ ବାସ୍ତୁଶାସ୍ତ୍ରକାରମାନେ ସବୁବେଳେ ବାରଣ କରିଥାନ୍ତି । କିନ୍ତୁ ଏ କ୍ଷେତ୍ରରେ ଗୋଲାପକୁ ନେଇ ଏକ ଭିନ୍ନ ମତ ରହିଛି । ଗୋଲାପ ଗଛ କଣ୍ଟାଯୁକ୍ତ ହେଲେ ମଧ୍ୟ ମା’ ଲକ୍ଷ୍ମୀଙ୍କର ଅତି ପ୍ରିୟ । ତେଣୁ ଗୋଲାପ ଗଛକୁ ଘର ଭିତରେ ରଖିବା ଏବଂ ସବୁଦିନ ଗୋଟିଏ ଗୋଲାପ ଫୁଲ ମା’ ଲକ୍ଷ୍ମୀଙ୍କୁ ଚଢ଼ାଇବା ଦ୍ୱାରା ମା’ଙ୍କର କୃପାଲାଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରକାରମାନେ କହିଛନ୍ତି ।
ଧଳା ଗୋଲାପ ମା’ ଲକ୍ଷ୍ମୀଙ୍କୁ ଏବଂ ଲାଲ୍ ଗୋଲାପ ଗଶେଷଙ୍କୁ ଅର୍ପଣ କରନ୍ତୁ । ପୂଜା ପରଦିନ ଲାଲ୍ ଓ ଧଳା ଗୋଲାପର ଏକ ପାଖୁଡ଼ା ନେଇ ପର୍ସ କିମ୍ବା ଆଲମାରୀ ଭିତରେ ରଖନ୍ତୁ । ଏହାକୁ ରଖିବା ସମୟରେ ମା’ ଲକ୍ଷ୍ମୀ ଓ ଗଶେଷଙ୍କୁ ସ୍ମରଣ କରି ସୁଖସମୃଦ୍ଧି ବୃଦ୍ଧି ହେବା ପାଇଁ ପ୍ରାର୍ଥନା କରନ୍ତୁ । ଯଦି ଆପଣ ବ୍ୟବସାୟ କରୁଥାନ୍ତି, ତେବେ ଏହି ଫୁଲକୁ ନେଇ ବ୍ୟବସାୟ ପ୍ରତିଷ୍ଠାନର ମୁଖ୍ୟ ଟଙ୍କା ବାକ୍ସ ଭିତରେ ରଖନ୍ତୁ । ଗୋଟିଏ ଦିନ ପରେ ପୁରୁଣା ଫୁଲକୁ ବାହାର କରି ମନ୍ଦିର ପାଖରେ ପକାଇ ଦିଅନ୍ତୁ ଏବଂ ପୁଣିଥରେ ଫୁଲ ରଖନ୍ତୁ । କିଛି ଦିନ ଏଭଳି କରିବା ପରେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ ବୋଲି ବାସ୍ତୁବିଦମାନେ ପରାମର୍ଶ ଦେଇଥାନ୍ତି । ତେବେ ଆପଣ ମଧ୍ୟ ଏହି ଉପାୟକୁ ନିଶ୍ଚିତ ଭାବେ କରିଦେଖନ୍ତୁ ।