‘ସତେ ପେ ସତା’ରୁ ଓହରିଲେ ହ୍ରିତିକ୍

ବିଗ୍ ବି ଓ ହେମାମାଳିନୀଙ୍କ ଅଭିନୀତ ‘ସତେ ପେ ସତା’ର ରିମେକ୍ ପ୍ରସ୍ତୁତ ହେବ ବୋଲି ଅନେକ ଦିନରୁ ଖବର ମିଳିଛି । ରୋହିତ ସେଟ୍ଟିଙ୍କ ଏହିଫିଲ୍ମର ଫାଇନାଲ୍ ଷ୍ଟାରକାଷ୍ଟଙ୍କ ଘୋଷଣା ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ଇତିମଧ୍ୟରେ ଆଉ ଏକ ଖବର ଆସିଛି ଯେ ହ୍ରିତିକ୍ ରୋସନ୍ ମଧ୍ୟ ଏହି ଫିଲ୍ମରୁ ଓହରି ଯାଇଛନ୍ତି । ସ୍କ୍ରିପ୍ଟରେ ପରିବର୍ତ୍ତନ ହୋଇଥିବା କାରଣରୁ ହ୍ରିତିକ୍ ଏହି ଫିଲ୍ମ କରିବା ପାଇଁ ରାଜି ହୋଇନାହାନ୍ତି ବୋଲି ମିଡିଆ ସୂତ୍ରରୁ ପ୍ରକାଶ ।

ମିଡିଆ ରିପୋର୍ଟ ଅନୁଯାୟୀ ‘ସତେ ପେ ସତା’ର ନିର୍ମାତା ରୋମୁ ଏନ୍. ସିପିଙ୍କ ପରିବାର ଫିଲ୍ମର ରାଇଟ୍ ବାବଦକୁ ୩ କୋଟି ଟଙ୍କା ମାଗିଥିଲେ । ଏହାକୁ ରୋହିତ ବଡ଼ ବଜେଟ୍ କହି ମନା କରିଦେଇଥିଲେ । ଏହା ବଦଳରେ ସେ ୧୯୫୪ରେ ରିଲିଜ୍ ହୋଇଥିବା ହଲିଉଡ୍ ଫିଲ୍ମ ‘ସେଭେନ୍ ବ୍ରାଇଡସ ଫର୍ ସେଭେନ୍ ବ୍ରଦର୍ସ’ର ସତ୍ୱାଧିକାର କିଣିନେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଫିଲ୍ମର କାହାଣୀ ଆଧାରରେ ‘ସତେ ପେ ସତା’ ନିର୍ମିତ । ଏହି ଖବର ଜାଣିବା ପରେ ହ୍ରିତିକ୍ ଫିଲ୍ମ କରିବା ପାଇଁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ । ଫରାନ୍ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାଁ ରଖାଯାଇଛି ‘ସେଭେନ୍’ । ହ୍ରିତିକଙ୍କ ଏହି ନିଷ୍ପତି ପରେ ରୋହିତ ଓ ଫରାହ ଷ୍ଟାରକାଷ୍ଟ୍ ପ୍ରକ୍ରିୟା ଜାରି ରଖିଛନ୍ତି । କିନ୍ତୁ ଅନୁଷ୍କା ଏହି ପ୍ରୋଜେକ୍ଟ ସହିତ ଜଡ଼ିତ ଅଛନ୍ତି ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *