‘ଗୁଡନ୍ୟୁଜ୍’ର ଟ୍ରେଲର୍ ଆଉଟ୍

କମେଡ଼ିରେ ଭରପୁର ଫିଲ୍ମ ‘ଗୁଡନ୍ୟୁଜ’ର ଟ୍ରେଲରକୁ ଅକ୍ଷୟ ଟ୍ୱିଟର୍ ମାଧ୍ୟମରେ ରିଲିଜ୍ କରିଛନ୍ତି । ବି ଟାଉନ୍ କେଶରୀ ଅକ୍ଷୟ କୁମାର ଓ କରିନାଙ୍କ ଏହି ଅପକମିଙ୍ଗ୍ ଫିଲ୍ମର ଟ୍ରେଲରର ପ୍ରତ୍ୟେକ ଦୃଶ୍ୟ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଛି । ଏହାର କହାଣୀ ଅନୁଯାୟୀ ଅକ୍ଷୟ ଓ କରିନା ଏଭଳି ଏକ କପୁଲ୍ ଭୂମିକାରେ ଅଛନ୍ତି, ଯିଏକି ସନ୍ତାନ ପାଇଁ ଆଇବିଏଫ୍ ଟେକନୋଲୋଜିର ସାହାରା ନେଉଛନ୍ତି । କିନ୍ତୁ ଗୋଟିଏ ସରନେମ୍ ଥିବାରୁ ଏହା ଆଉ ଜଣେ କପୁଲ ଦିଲଜିତ୍ ଦୋସାଞ୍ଜ ଓ କିୟାରା ଆଡଭାନିଙ୍କ ସହିତ ଏକ୍ସଚେଞ୍ଜ୍ ହୋଇଯାଉଛି । କାହାଣୀର ଏହି ମୋଡ଼ ପରିବର୍ତ୍ତନ ଦର୍ଶକଙ୍କୁ ବେଶ୍ ହସର ଖୋରାକ୍ ଯୋଗାଉଛି ।

ଏହି ଟ୍ରେଲର୍ ସେୟାର୍ କରିବା ସହିତ ଅକି ଟ୍ୱିଟ୍ କରିଛନ୍ତି ଯେ – ‘ବାତ୍ରା ଓ ସବୁଠାରୁ ବଡ଼ ଗଡବଡ଼ ସହିତ ଏଥର କ୍ରୀସମାସ୍ ପାଳନ କରନ୍ତୁ’ । ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କୁ ମଧ୍ୟ ଟ୍ରେଲର୍ ବେଶ୍ ପସନ୍ଦ ହୋଇଛି ଏବଂ ସେ ତାହାକୁ ସେୟାର୍ କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ରାଜ୍ ମେହେତା । କରଣ ଜୋହରଙ୍କ ଧର୍ମା ପ୍ରଡକସନ୍ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୭ ତାରିଖରେ ସିନେମାଘରକୁ ଆସିବ ।

Leave a Reply

Your email address will not be published. Required fields are marked *