ଫ୍ୟାଶନ୍ ଟିପ୍ସ: ମେହେନ୍ଦି ପାଇଁ ପରଫେକ୍ଟ ଆଉଟଫିଟ୍
ବିବାହ ଋତୁ ଆରମ୍ଭ ହେବା ପରେ ଏବେ ଯୁବପିଢ଼ି ନିଜକୁ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ କରିବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଫଲୋ କରୁଛନ୍ତି । ବିବାହ ଉତ୍ସବ ପୂର୍ବରୁ ମେହେନ୍ଦି ଓ ସଙ୍ଗୀତ ସେରିମନି ପାଇଁ କେଉଁ ଭଳି ଆଉଟଫିଟ୍ ପରଫେକ୍ଟ ହେବ, ତାହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଫ୍ୟାଶନ୍ ଡିଜାଇନରଙ୍କ କିଛି ଟିପ୍ସ ଏ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ ।
ଆସନ୍ତୁ ଜାଣିବା ମେହେନ୍ଦି ସେରିମନି ପାଇଁ କେଉଁଭଳି ଆଉଟଫିଟ୍ ପରଫେକ୍ଟ ହେବ –
୧- ମେହେନ୍ଦି ଉତ୍ସବ ପାଇଁ ଅଧିକ ଘେରଥିବା ଗାଢ଼ା ରଙ୍ଗର ଫ୍ଲୋରାଲ୍ ପ୍ରିଣ୍ଟ୍ ଲେହେଙ୍ଗା ଅଧିକ ଆକର୍ଷଣୀୟ ଲାଗିବ । ଏହାକୁ ମ୍ୟାଚ୍ କରି ସିମ୍ପଲ୍ ଚୋଲି ଓ ଫ୍ଲାୱାର୍ ଗହଣା କ୍ୟାରି କରନ୍ତୁ ।
୨- ଯଦି ଆପଣ କ୍ଲାସି ଲୁକ୍ ଚାହୁଁଛନ୍ତି, ତେବେ ଯେ କୌଣସି ପ୍ରିଣ୍ଟେଡ୍ କ୍ରପ୍ ଟପ୍ ସହିତ ଡାର୍କ ଗୋଲାପି ରଙ୍ଗର ଲେହେଙ୍ଗା ଟ୍ରାଏ କରନ୍ତୁ ।
୩- ସମ୍ପୂର୍ଣ୍ଣ ଟ୍ରାଡିସନାଲ୍ ଲୁକ୍ ଚାହୁଁଥିଲେ ବନାରସୀ କିମ୍ବା କାଞ୍ଜିବରମ୍ ଶାଢ଼ି ଏକଦମ୍ ପରଫେକ୍ଟ । ଏହା ସହିତ ଆପଣ ଟେମ୍ପୁଲ୍ ନେକଲେସ୍ ଓ ହେଭି ଇୟରିଂ କ୍ୟାରି କରନ୍ତୁ । ଏହା ଆପଣଙ୍କୁ ଏକ ନିଆରା ଓ ପରପେକ୍ଟ ବ୍ରାଇଡାଲ୍ ଲୁକ୍ ଦେବ ।
୪- ଯଦି ଆପଣ ଗୋଟିଏ ରଙ୍ଗର ହାଲକା ଲେହେଙ୍ଗା ଚୋଲି କ୍ୟାରି କରୁଥାନ୍ତି, ତେବେ ଏହାକୁ ମ୍ୟାଚ୍ କରିବା ଭଳି ହେଭି ଫ୍ଲୋରାଲ୍ ଦୁପଟ୍ଟା ଚଏସ୍ କରନ୍ତୁ ।