ଅଫିସ୍ ପାଇଁ ପେଙ୍ଗସୁଇ ଟିପ୍ସ
ଘର ଭଳି ଅଫିସ୍ ପାଇଁ ମଧ୍ୟ ଅନେକ କିଛି ପେଙ୍ଗସୁଇ ଟିପ୍ସ ରହିଛି । ବାସ୍ତୁ ସହିତ ପେଙ୍ଗସୁଇର କିଛି ନିମୟ ଆପଣାଇବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ସେସବୁ ନିୟମ ମଧ୍ୟରୁ ୩ଟି ମୁଖ୍ୟ ନିୟମକୁ ମାନିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ।
ପ୍ରଥମ ନିୟମ ଅନୁଯାୟୀ ଆପଣ ଅଫିସ୍ରେ ନିଜେ ଏବଂ କର୍ମଚାରୀଙ୍କ ପାଇଁ ଏଭଳି ଟେୁବଲ୍ ଓ ଚେୟାରର ବ୍ୟବସ୍ଥା କରନ୍ତୁ, ଯେପରି ତାହା ସବୁ ଛାତର କୌଣସି ବିମ୍ ତଳେ ନଥିବ । ଛାତର ବିମ୍ ତଳେ ବସିବା ଶୁଭ ନୁହେଁ ବୋଲି ପେଙ୍ଗସୁଇରେ ବିଶ୍ୱାସ ରହିଛି । ଦ୍ୱିତୀୟ ନିୟମ ଅନୁଯାୟୀ ସବୁ ଆସବାବପତ୍ର କାଠରେ ହୋଇଥିବା ଭଲ । ଟେବୁଲ୍ ସବୁବେଳେ ଚାରିକୋଣିଆ ଆକାରର ହିଁ ରଖନ୍ତୁ । ଅଫିସ୍ କର୍ମ·ରୀ କିମ୍ବା ନିଜ ପାଇଁ ଗୋଲ୍ ଟେବୁଲ୍ ରଖିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତୃତୀୟ ନିୟମଟି ହେଉଛି ଅଫିସର କୌଣସି କର୍ମ·ରୀଙ୍କ ମୁହଁ ଟଏଲେଟ୍ କିମ୍ବା ଅଫିସର ମୁଖ୍ୟ କବାଟ ସାମନାକୁ ରହିବା ଉଚିତ୍ ନୁହେଁ । ଆପଣଙ୍କ ନିଜର ଅଫିସ୍ ହୋଇଥିଲେ ମଧ୍ୟ ଏହି ତୃତୀୟ ନିୟମ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ନିଜେ କେବେ ମଧ୍ୟ ଏହି ଭୁଲ୍ କରନ୍ତୁ ନାହିଁ । ଏହା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ବିଫଳତା ଓ ଆର୍ଥିକ ସଙ୍କଟ ଦେଖାଦେଇଥାଏ ବୋଲି ବିଶ୍ୱାସ ରହିଛି ।