ରୋଷେଇ – ପଟାଟୋ ବ୍ରେକୋଲି ସୁପ୍
ଆବଶ୍ୟକୀୟ ଜିନିଷ – ୪ଟି ଆଳୁ, ୨ କପ୍ ବ୍ରେକୋଲି, ୪୦୦ ମିଲି ଭେଜ୍ ଷ୍ଟକ୍, ଅଧା କପ୍ କଟା ଧନିଆ ପତ୍ର, ୧ ଚାମଚ ଗୋଲମରିଚ ପାଉଡର୍ ଓ କିଛି କଟା ଡ୍ରାଏଫୁଡସ୍ ।
ପ୍ରସ୍ତୁତି ପ୍ରଣାଳୀ – ଆଳୁ ଓ ବ୍ରେକୋଲିକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟିନିଅନ୍ତୁ । ଗୋଟିଏ କରେଇରେ ଅଳ୍ପ ପାଣି ଓ ଭେଜିବେଟୁଲ୍ ଷ୍ଟକ୍ ମିଶାଇ ମିଡିୟମ୍ ଆଂଚରେ କିଛି ସମୟ ଫୁଟାନ୍ତୁ । ଏହାପରେ ସେଥିରେ କଟା ଆଳୁ ଓ ବ୍ରେକୋଲି ପକାଇ ଘୋଡ଼ଣୀ ଦିଅନ୍ତୁ । ଆଳୁ ଓ ବ୍ରେକୋଲି ଭଲ ଭାବେ ସିଝିବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରି କରେଇକୁ ଓହ୍ଳାଇ ଆଣନ୍ତୁ । ଏହା ହାଲକା ଥଣ୍ଡା ହେବା ପରେ ମିକ୍ସର ଜାରରେ ପକାଇ ଭଲ ଭାବେ ଗ୍ରାଇଣ୍ଡ କରନ୍ତୁ । ଏହାକୁ ସୁପ୍ ବାଉଲରେ ରଖି ଉପରେ ଗୋଲମରିଚ ପାଉଡର୍, କଟା ଧନିଆ ପତ୍ର ଓ ଡ୍ରାଏ ଫୁଡସ୍ ଦ୍ୱାରା ସଜାନ୍ତୁ ଏବଂ ପରଷନ୍ତୁ । ଅଧିକ ଗରମ ଖାଇବାକୁ ଚାହୁଁଥିଲେ, ଏହି ସୁପକୁ ପୁଣିଥରେ କିଛି ସମୟ ପାଇଁ ହାଲକା ପାଣି ଦେଇ କୁକ୍ କରିପାରିବେ ଏବଂ ଗାର୍ନିସ୍ କରି ସର୍ଭ କରିପାରିବେ ।