ସମୟ ଦେଇ ପାରୁନାହାନ୍ତି ପରିଣୀତି
ପ୍ରଶଂସକ ମହଲରେ ପରୀ ବୋଲାଉଥିବା ପରିଣୀତି ଆଜିକାଲି ଭାରି ବ୍ୟସ୍ତ । ତାଙ୍କ ହାତରେ ସାଇନା ନେହେବାଲଙ୍କ ବାୟୋପିକ୍ ଓ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ ଭଳି ଦୁଇଟି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି । ତେଣୁ ଏବେ ପରିଣୀତିଙ୍କ ପାଖରେ ଆଦୌ ସମୟ ନଥିବାରୁ ତାଙ୍କ ହାତରୁ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଚାଲିଯାଇଛି । ଏହି ଫିଲ୍ମ ପାଇଁ ଅଜୟ ଦେବଗନ ଓ ପରିଣୀତିଙ୍କୁ ଲିଡ୍ ଯୋଡ଼ି ଭାବେ ବଛା ଯାଇଥିଲା । କିନ୍ତୁ ଏବେ ପରିଣୀତି ଏହି ଫିଲ୍ମ ପାଇଁ ସମୟ ଦେଇପାରୁନଥିବାରୁ ପୁଣିଥରେ ଅଭିନେତ୍ରୀ ଖୋଜା ଚାଲିଛି ବୋଲି ଖବର ଆସିଛି ।
ଏହି ଫିଲ୍ମରେ ଅଜୟଙ୍କ ସହିତ ସଞ୍ଜୟ ଦତ୍ତ, ରାଣା ଦଗୁବାତି, ଏମି ୱିର୍କ, ସୋନାକ୍ଷୀ ସିହ୍ନା ଓ ପ୍ରଣିତା ସୁଭାଷ ନଜର ଆସିବେ । ଆସନ୍ତା ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର କାହାଣୀ ୧୯୭୧ରେ ଭାରତ-ପାକିସ୍ତାନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ । ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ବଜେଟ୍ ଆନୁମାନିକ ୧୦୦କୋଟି ବୋଲି ସୂଚନା ମିଳିଛି । ଏଥିରେ ଅଜୟ ବିଜୟ କାର୍ଣ୍ଣିକଙ୍କ ଭୂମିକାରେ ପରଦା ଉପରକୁ ଆସିବେ ।