ରୋଷେଇ – ସୀତାଫଳ ଖିରି

ଆବଶ୍ୟକୀୟ ଜିନିଷ – ୧ ଲିଟର ଖିର, ୧ କପ୍ କଣ୍ଡେନ୍ସ ମିଲକ, ୩-୪ଟି ପାଚିଲା ସୀତାଫଳ, କିଛି କେଶର, ୧ ଚୁଟକି ଜାଇଫଳ ପାଉଡର୍, ଅଧା କପରୁ କମ୍ ଶୁଖିଲା ମାୱା, କିଛି ଡ୍ରାଏଫୁଡସ ଓ ସ୍ୱାଦ ଅନୁଯାୟୀ ଚିନି ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସୀତାଫଳରୁ ମଂଜି ଓ ଚୋପାକୁ ଅଲଗା କରି କେବଳ ଭିତର ଅଂଶକୁ ରଖନ୍ତୁ । ଏହାପରେ ଗୋଟିଏ ମୋଟା ବାସନରେ ଖିରକୁ ଫୁଟାନ୍ତୁ । ଖିର ଫୁଟି ଅଧା ହୋଇଗଲେ ସେଥିରେ କଣ୍ଡେନ୍ସ ମିଲ୍କ, ଚିନି, ଜାଇଫଳ ଓ କେଶର ପକାଇ ପୁଣିଥରେ ୩-୪ ମିନିଟ୍ ଫୁଟାନ୍ତୁ । ଖିର ନ ପୋଡ଼ିବା ପାଇଁ ମଝିରେ ମଝିରେ ଗୋଟିଏ ଚାମଚ ସାହାଯ୍ୟରେ ଖିରକୁ ଚଲାନ୍ତୁ । ୨-୩ ଥର ଖିର ଉତୁରି ଆସିବା ପରେ ଗ୍ୟାସ୍ ବନ୍ଦ କରି ବାସନକୁ ଓହ୍ଲାଇ ଆଣନ୍ତୁ । । ଖିର ହାଲକା ଉଷୁମ ଥିବାବେଳେ ସେଥିରେ ସୀତାଫଳକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ଉପରେ ଶୁଖିଲା ମାୱା ଓ ଡ୍ରାଏଫୁଡସ ପକାଇ ସର୍ଭ କରନ୍ତୁ । ଯଦି ଅଧିକ ଥଣ୍ଡା ଖାଇବାକୁ ପସନ୍ଦ କରୁଥାନ୍ତି, ତେବେ ଏହାକୁ ଫ୍ରିଜରରେ କିଛି ସମୟ ରଖି ଖାଇପାରିବେ ।

Leave a Reply

Your email address will not be published. Required fields are marked *