ହେଲଥ୍ ଟିପ୍ସ: ପାପୁଲିର ରଙ୍ଗରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା
କୌଣସି ରୋଗ ହେବା ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହାକୁ ରୋଗର ପୂର୍ବ ସଙ୍କେତ ଭାବେ ଅନୁଧ୍ୟାନ କରି ଡାକ୍ତରମାନେ କିମ୍ବା ଆମେ କୌଣସି ଉପଚାର କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ପାପୁଲିର ରଙ୍ଗ ମଧ୍ୟ ସ୍ୱାସ୍ଥ୍ୟ ସମ୍ପର୍କିିତ ଅନେକ ସୂଚନା ଦେଇଥାଏ । ପାପୁଲିର ରଙ୍ଗ ପରିବତ୍ତନ ହେଲେ ଅନେକ ରୋଗର ସୂଚନା ମିଳିଥାଏ ।
ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ତଥ୍ୟ –
୧- ଅଧିକ ଦିନ ପର୍ଯ୍ୟନ୍ତ ଯଦି ଆପଣଙ୍କ ହାତ ପାପୁଲି ଯଦି ସାମାନ୍ୟ ଠାରୁ ହାଲକା ଲାଲ୍ ରହୁଛି, ତାହା ଲିଭର ସମସ୍ୟାର ସଂକେତ ଦେଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ଏହା ଉଚ୍ଚ ରକ୍ତଚାପ ସମସ୍ୟାର କାରଣ ଅଟେ । ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ସମସ୍ୟା ଅଧିକ ବଢାଇଥାଏ ।
୨- ଯେଉଁ ବ୍ୟଙ୍କିଙ୍କ ପାପୁଲିରୁ ପ୍ରାୟ ସବୁବେଳେ ଝାଳ ବାହାରୁଥାଏ, ତାହା ଓଭରଆକ୍ଟିଭ୍ ଥାଇରଏଡ୍ କିମ୍ବା ହାଇପର୍ ଟେନସନକୁ ସୂଚାଇ ଥାଏ । କେବଳ ଏତିକି ନୁହେଁ, ଏହି ଲକ୍ଷଣ ହାଇପର ହାଇଡ୍ରୋସିସ ଆଡକୁ ସଂକେତ କରିଥାଏ । ଏହାଦ୍ୱାରା ହୃଦରୋଗ ଓ ମଧୁମେହ ଭଳି ଗମ୍ଭୀର ରୋଗର ସୂଚନା ମିଳିଥାଏ ।
୩- ସବୁବେଳେ ଯଦି ହାତ ଶୁଷ୍କ ରହୁଛି, ତାହା ଡିହାଇଡ୍ରେଶନ ଓ ହର୍ମୋନ ଏଷ୍ଟ୍ରୋଜନ୍ ହୋଇପାରେ । ଶରୀରରେ ଭିଟାମିନର ଅଭାକୁ ମଧ୍ୟ ଏହା ସୂଚାଇ ଥାଏ । ଏହା ତ୍ୱଚାଜନିତ ରୋଗ ମଧ୍ୟ ସୃଷ୍ଟି କରିଥାଏ ।
୪- ହାତ ହଳଦିଆ ଦେଖାଗଲେ ଲିଭର୍ ଇନଫେକସନ୍ ହୋଇଛି ବୋଲି ଜାଣିବାକୁ ହେବ । ହାତ ହଳଦିଆ ହେଲେ ହଜମ ସମସ୍ୟା ଓ ଥକ୍କା ଲାଗିବା ଭଳି ରୋଗର ପୂର୍ବ ସୂଚନା ଦେଇଥାଏ । ଏହା ଜଣ୍ଡିସ ଓ ଲିଭର ଫାଇବ୍ରୋସିସ୍ର ଳକ୍ଷଣ ମଧ୍ୟ ହୋଇପାରେ ।
୫- ଯଦି ପାପୁଲି ଅଧିକ ଧଳା ଦେଖା ଯାଏ, ତେବେ ଏହାକୁ ଜମାରୁ ଅଣଦେଖା କରନ୍ତୁ ନାହିଁ । ଏହା ପାର୍କିିଂସଁସ୍ ଭଳି ମାରାତ୍ମକ ରୋଗର ପୂର୍ବ ସୂଚନା ଦେଇଥାଏ । ଏହି ରୋଗ ମସ୍ତିଷ୍କକୁ ସଂଯୋଗ ଥିବା ସ୍ନାୟୁକୁ ନଷ୍ଠ କରିଦିଏ । ଫଳରେ ରୋଗୀ ଚେତାଶୂନ୍ୟ ଅବସ୍ଥାରେ ରହିଥାଏ । ପାପୁଲି ଧଳା ହେଲେ ହିମୋଗ୍ଲୋବିନ୍ କମ୍ ହୋଇଥାଏ । ଫଳରେ ରକ୍ତହୀନତାର ଶିକାର ହେବାକୁ ପଡ଼େ ।