ଅଯୋଧ୍ୟା ରାୟ: ପୁଣି ସମୀକ୍ଷା ଆବେଦନ ସପକ୍ଷରେ ନାହାନ୍ତି ଜମା ମସ୍‌ଜିଦ୍‌ ସାହି ଇମାମ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜମା ମସ୍‌ଜିଦ୍‌ର ସାହି ଇମାମ୍‌ ସୟଦ ଅହମ୍ମଦ ବୁଖାରୀ ଅଯୋଧ୍ୟା ରାୟକୁ ସ୍ଵାଗତ କରିଛନ୍ତି। ଏହା ବିପକ୍ଷରେ ଆଉଥରେ ସମୀକ୍ଷା ପାଇଁ ଆବେଦନ କରିବାକୁ ସେ ରାଜି ହୋଇ ନାହାନ୍ତି। 

ସେ କହିଛନ୍ତି, ପୂର୍ବରୁ ଆମେ ନିଷ୍ପତ୍ତି କରିଥିଲୁ ସୁପ୍ରିମ୍‌କୋର୍ଟ ଯାହା ନିଷ୍ପତ୍ତି ନେବେ ତାହାକୁ ସମ୍ମାନ ଜଣାଇ ଆମେ ସ୍ଵୀକାର କରିବୁ। ଏଣୁ ଆଉଥରେ ଏହି ରାୟ ବିପକ୍ଷରେ ଆବେଦନ କରିବା ପକ୍ଷରେ ମୁଁ ନାହିିଁ। 

‘ଏହା ମାନୁଛି ଯେ, ବିଗତ ଅନେକ ଦଶନ୍ଧି ହେଲା ଦେଇରେ ହିନ୍ଦୁ-ମୁସଲ୍‌ମାନ୍‌ ବିଭେଦ ପ୍ରସଙ୍ଗ ଚଳି ଆସିଛି। ଏହାର ଅନ୍ତ ହେବା ଆବଶ୍ୟକ’। 

ଶନିବାର ଦିନ ସୁପ୍ରିମ୍‌କୋର୍ଟ ୫ ଜଣିଆ ଖଣ୍ଡପୀଠ ଏକମତ ହୋଇ ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ପାଇଁ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ରାୟ ଘୋଷଣା କରି କହିଛନ୍ତି ଯେ, ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ହେବ। ତିନିମାସ ଭିତରେ ଏକ ଟ୍ରଷ୍ଟ ନିର୍ମାଣ ହୋଇ ମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଅଯୋଧ୍ୟାର ଏକ ପ୍ରମୁଖ ଅଞ୍ଚଳରେ ଆସନ୍ତା ତିନିମାସ ଭିତରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଜମି ଆବଣ୍ଟନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। 

 

Leave a Reply

Your email address will not be published. Required fields are marked *