କ୍ଷତାକ୍ତ ହେଲେ ଅକ୍ଷୟ, ବନ୍ଦ ହେଲା ସୁଟିଂ

ସୁଟିଂ ସେଟରୁ ଖବର ଆସିଛି ଯେ ଖିଲାଡ଼ି କୁମାର ଅକ୍ଷୟ କ୍ଷତାକ୍ତ ହୋଇଛନ୍ତି । ‘ସୂର୍ଯ୍ୟବଂଶୀ’ର ସୁଟିଂ ସମୟରେ ଅକିଙ୍କ ହାତରେ ଜୋର୍ ମାଡ଼ ବାଜିଥିବାରୁ ସ୍ନାୟୁଜନିତ ସମସ୍ୟା ଦେଖାଦେଇଥିବାରୁ କିଛି ସମୟ ପାଇଁ ସୁଟିଂ ବନ୍ଦ କରାଯାଇଥିଲା । କିନ୍ତୁ ସଙ୍ଗେ ସଙ୍ଗେ ଫିଜିଓ ଥେରାପିଷ୍ଟଙ୍କ ଟ୍ରିଟମେଣ୍ଟ୍ ପରେ ଅକି ସୁସ୍ଥ ଅନୁଭବ କରିଥିଲେ । ଏହାର କିଛି ସମୟ ପରେ ସୁଟିଂ ଆରମ୍ଭ ହୋଇଥିଲା । ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ ପୁଲିସ୍ ଅଫିସର୍ ଭୂମିକାରେ ନଜର ଆସିବେ ଏବଂ ଲିଡ୍ ଲେଡି ଭାବେ ଅଛନ୍ତି କ୍ୟାଟ୍ରିନା କୈଫ୍ ।

ରୋହିତ ସେଟ୍ଟି ଓ କରଣ ଜୋହରଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ଫିଲ୍ମ ଆସନ୍ତା ବର୍ଷ ମାର୍ଚ୍ଚ ୨୭ ତାରିଖରେ ରିଲିଜ୍ ହେବ । ଏହାର ଅଧିକାଂଶ ସୁଟିଂ ବ୍ୟାଙ୍କକ୍ ଓ ହାଇଦ୍ରାବାଦରେ କରାଯାଉଛି । ଏହି ଫିଲ୍ମ ସମ୍ପର୍କରେ ମୁଖ୍ୟ ଖବରଟି ହେଉଛି ଏହାର କ୍ଲାଇମାକ୍ସରେ ସିଂଘମ୍ ଓ ସିମ୍ବାଙ୍କ ଏଣ୍ଟ୍ରୀ ହେବ । ତେଣୁ ଶେଷ ଦୃଶ୍ୟରେ ଅଜୟ ଦେବଗନ୍ ଓ ରଣବୀର୍ ସିଂଙ୍କ ଭୂମିକା କ’ଣ ରହିବ, ତାହାକୁ ନେଇ ସସପେନ୍ସ ଜାରି ରହିଛି । ଅକି, ଅଜୟ ଓ ରଣବୀରଙ୍କୁ ଗୋଟିଏ ପରଦାରେ ଦେଖିବା ପାଇଁ ସିନେପ୍ରେମୀ ଉତ୍ସାହର ସହ ଅପେକ୍ଷା କରୁଛନ୍ତି ।

Leave a Reply

Your email address will not be published. Required fields are marked *