ଅଯୋଧ୍ୟା ରାୟ: ସୌହାର୍ଦ୍ୟ ରକ୍ଷା ପାଇଁ ନବୀନଙ୍କ ନିବେଦନ

ଭୁବନେଶ୍ଵର, (ଓଟି): ଆଉ କିଛି ଘଣ୍ଟା ପରେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବ। ସାରା ବିଶ୍ଵ ଏହି ରାୟ ପରର ସ୍ଥିତିକୁ ଅପେକ୍ଷା କରିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ନିଆଯାଇଛି। ଅଯୋଧ୍ୟାରେ ସୁରକ୍ଷାବଳ ମୁତ୍ତୟନ ସାଙ୍ଗକୁ ସୋଶାଲ୍‌ ମିଡିଆ ପ୍ରସାରଣ ବନ୍ଦ କରାଯାଇଛି। ଏ ପରିସ୍ଥିତିରେ ଦେଶର ସମସ୍ତ ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ରକ୍ଷା ପାଇଁ ନିବେଦନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଏକ ଟ୍ବିଟର ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ଘୋଷଣା କରାଯିବାକୁ ଥିବା ଅଯୋଧ୍ୟା ରାୟକୁ  ସମସ୍ତେ ଗ୍ରହଣ କରିବାକୁ ମୁଁ ନିବେଦନ କରୁଛି। ଆସନ୍ତୁ ଶାନ୍ତି ଓ ଭାଇଚାରାରରେ ବଞ୍ଚିବାର ଧାରାକୁ ଆଗକୁ ବଢ଼ାଇବା। ଭାଇଚାରା ଭାବନା ହେଉଛି  ଆମର  ଆମ ଧର୍ମନିରପେକ୍ଷ ବନ୍ଧନର ମୂଳମନ୍ତ୍ର’। 

 

Leave a Reply

Your email address will not be published.