ଟ୍ରେଣ୍ଡରେ ରହିଛି ବୟକଟ୍ ‘କେବିସି୧୧’

ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି’ର ୧୧ ତମ ସଂସ୍କରଣକୁ ବୟକଟ୍ କରିବାର ଏକ ନୂଆ ଧାରା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି । ଏହା ପଛର କାରଣ ହେଉଛି ସୋନି ଟିଭି ଚ୍ୟାନେଲରେ ଚାଲିଥିବା ଏହି ଶୋ’ରେ ଛତ୍ରପତି ‘ଶିବାଜୀ’ଙ୍କୁ ଅପମାନ କରାଯାଇଛି । ଅମିତାଭ ବଚ୍ଚନ ପଚାରିଥିବା ଏକ ପ୍ରଶ୍ନ ଏବେ ମହଙ୍ଗା ପଡିଛି ।

ପ୍ରଶ୍ନ ଥିଲା ଔରଙ୍ଗଜେବଙ୍କ ସମକାଳୀନ ରାଜା କିଏ ଥିଲେ? ଏହାର ଅପସନ ଥିଲା – ମହାରଣା ପ୍ରତାପ, ରାଣା ସାଂଙ୍ଗା, ମହାରାଜା ରଣଜିତ ସିଂହ ଏବଂ ‘ଶିବାଜୀ’ । ଏହି ୪ଟି ଅପସନରେ ସମସ୍ତଙ୍କ ଆଗରେ ସମ୍ବୋଧନ ଲେଖା ଥିଲା କିନ୍ତୁ ‘ଶିବାଜୀ’ଙ୍କ ନାମ ପୂର୍ବରୁ କୌଣସି ସମ୍ବୋଧନ ନଥିଲା । ତେଣୁ ଏହା ଦର୍ଶକଙ୍କ ଭାବନାକୁ ଆଘାତ କରିଥିଲା । ଲୋକ ଉତ୍ୟକ୍ତ ହୋଇ ଟ୍ୱିଟରରେ ହାସ୍ ଟ୍ୟାଗ୍ ସହିତ ‘ବୟକଟ୍ କେବିସି ବୟକଟ୍ ସୋନ ଟିଭି’ ଲେଖିଥିଲେ । ଏହା ଏବେ ଗୋଟିଏ କ୍ରାନ୍ତିଧାରା ଭାବେ ବଢ଼ିଚାଲିଛି । ସୋନି ଟିଭି ଏଥିପାଇଁ କ୍ଷମା ମାଗିଥିଲା । ତଥାପି ଦର୍ଶକଙ୍କ ଆକ୍ରୋଶ କମିନାହିଁ ବୋଲି ଖବର ମିଳିଛି ।

Leave a Reply

Your email address will not be published.