ଆଉ ଗୋଟିଏ ଫିଲ୍ମ ହରାଇଲେ ସଲୁ
ସଞ୍ଜୟଲୀଲା ବନସାଲୀଙ୍କ ଫିଲ୍ମ ‘ଇନସାଆଲ୍ଲା’ ପରେ ସଲୁ ଭାଇଜାନ୍ ଆଉ ଗୋଟିଏ ଫିଲ୍ମରୁ ଓହରି ଯାଇଛନ୍ତି । ଏଭଳି ଏକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ପ୍ରାୟ ୧୪ ବର୍ଷ ତଳେ ରିଲିଜ୍ ହୋଇଥିବା ଅନୀସ୍ ବଜମୀଙ୍କ ନିର୍ଦ୍ଦେଶିତ ‘ନୋ ଏଣ୍ଟ୍ରି’ର ସିକ୍ୱେଲରେ ସଲମାନ୍ ନଜର ଆସିବେନି ବୋଲି ଖବର ମିଳିଛି । ଏହି ଖବରକୁ ଅନିଲ୍ କପୁର୍ ମିଡିଆ ସହିତ ସେୟାର୍ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବୋନି କପୁର୍ ଏହାର ପ୍ରଯୋଜକ ଭାବେ ଅଛନ୍ତି ଏବଂ ଆଜିକାଲି କାହାଣୀର ‘ପ୍ରେମ୍’ ଚରିତ୍ର ପାଇଁ ଅଭିନେତାଙ୍କ ଖୋଜା ଜୋରସୋରରେ ଚାଲିଛି ।
ଫିଲ୍ମ ସମ୍ପର୍କରେ ଅନିସ୍ କହିଛନ୍ତି ଯେ ପୂର୍ବ ଫିଲ୍ମର କାହାଣୀ ଅନୁଯାୟୀ ୩ଜଣ ଜଣ ନାୟକ ଓ ୩ଜଣ ନାୟିକା ଥିଲେ । କିନ୍ତୁ ଏହାର ସିକ୍ୱେଲରେ ୧୦ ଜଣ ନାୟିକା ଓ ୬ଜଣ ନାୟକଙ୍କୁ ନେଇ କାହାଣୀ ରଚନା କରାଯିବ । ଏଥର ଭିଏଫଏକ୍ସର କିଛି ଝଲକ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ଏହି ମଲଟି ଷ୍ଟାରର୍ ଫିଲ୍ମର ଏକ ଅଂଶ ହେବା ପାଇଁ ସଲମାନ୍ ରାଜି ହୋଇନାହାନ୍ତି । ତେଣୁ ସଲମାନଙ୍କ ଅନସ୍କ୍ରୀନ୍ ଚରିତ୍ର ‘ପ୍ରେମ୍’ ପାଇଁ ଅଭିନେତାଙ୍କ ନାମ ଫାଇନାଲ୍ ହେବା ପରେ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ । ‘ନୋ ଏଣ୍ଟ୍ରୀ’ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିବା ସହ ବକ୍ସଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଥିଲା । ତେବେ ଏହାର ଦ୍ୱିତୀୟ ସଂସ୍କରଣ ଦର୍ଶକଙ୍କୁ କେତେଦୂର ଆକୃଷ୍ଟ କରିପାରିବ, ତାହା ଦେଖିବା ବାକି ରହିଲା ।