ସକାଳୁ ସକାଳୁ ଏସ୍‌ସିବି ମନ୍ଥନ: ସନ୍ଧ୍ୟାବେଳେ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ଵର, (ଓଟି): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ରୋଗୀ କଲ୍ୟାଣ ସମ୍ପର୍କିତ ଆବଶ୍ୟକ ବାବଦରେ ମନ୍ଥନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡ୍ୟାନ୍‌। ବୁଧବାର ସକାଳୁ ଏଥିଲାଗି ସେ ଅନ୍ୟ ଅଧିକାରୀ ଓ  ପୁଲିସ ପଦାଧିକାରୀଙ୍କ ସଙ୍ଗେ ଏସ୍‌ସିବି ଭ୍ରମଣ କରିଛନ୍ତି। ଏହାର ଆବଶ୍ୟକ ବାବଦରେ ବିଭାଗୀୟ ମୁଖ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସନ୍ଧ୍ୟାବେଳେ ମୁଖ୍ୟମନ୍ତ୍ରୀ ହସ୍‌ପିଟାଲ୍‌ର ଡାକ୍ତର, ଏଚ୍‌ଓଡି ଏବଂ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ଥିବାରୁ ଏହିପରି ଏକ ଅଚାନକ ପଦକ୍ଷେପ ନିଆଯାଇଛି। ଆଶା କରାଯାଉଛି ସନ୍ଧ୍ୟାବେଳେ ଏସ୍‌ସିବିର ବିକାଶ ପାଇଁ କିଛି ଗୁରୁତ୍ଵପୂଣ୍ଣ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି। 

୫-ଟି ସଚିବ ଶ୍ରୀ ପାଣ୍ଡ୍ୟାନ୍‌ଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, ସ୍ଵାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦା, ନିର୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୁଲିସ କମିଶନର ଡା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମଧ୍‌ୟ ଆଲୋଚନା ବେଳେ ଦେଖିବାକୁ ମିଳିଥିଲା। 

ପୂର୍ତ୍ତ ସଚିବ ଏବଂ ଅନ୍ୟ ଅଧିକାରୀମାନେ ଡାକ୍ତରଖାନାର ଆବଶ୍ୟକ ସମ୍ବନ୍ଧରେ ପଚାରିବୁଝିବା ସଙ୍ଗେ କିଛି ନିର୍ମାଣ ବାବଦରେ ଚର୍ଚା କରିଥିଲେ। ଏଥିନେଇ ଏସ୍‌ସିବିର ଖାଲିଜାଗାକୁ ବୁଲି ଦେଖିଥିଲେ ପ୍ରତିନିଧି। ନକ୍ସା କାଢ଼ି ପୂର୍ତ୍ତ ସଚିବ ଶ୍ରୀ କୁମାର ୫-ଟି ସଚିବଙ୍କୁ ଆବଶ୍ୟକ ବିବରଣୀ ଦେଇଥିଲେ। 

ଆଶା କରାଯାଉଛି ରୋଗୀଙ୍କ ସ୍ଵାସ୍ଥ୍ୟ ସେବା, କଲ୍ୟାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି ନିର୍ମାଣ ପ୍ରକଳ୍ପ ମଧ୍ୟ ଘୋଷଣା କରିପାରନ୍ତି। 

 

 

Leave a Reply

Your email address will not be published. Required fields are marked *