ବଲିଉଡ୍ ଡେବ୍ୟୁ କରିଛନ୍ତି ହ୍ରିତିକଙ୍କ ଭଉଣୀ

ଏବେ ବି ଟାଉନରେ ଜଣଙ୍କ ପରେ ଜଣେ ଷ୍ଟାରକିଡସ୍ ଏଣ୍ଟ୍ରୀ କରି ଚାଲିଛନ୍ତି । ସେମାନଙ୍କର ଦକ୍ଷ ଅଭିନୟ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହି ଧାରାରେ ଆଉ ଜଣେ ଷ୍ଟାରକିଡ୍ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ସେ ନବାଗତା ଜଣକ ହେଉଛନ୍ତି ଦକ୍ଷ ଓ ହ୍ୟାଣ୍ଡସମ୍ ହିରୋ ହ୍ରିତିକ୍ ରୋସନଙ୍କ ଭଉଣୀ ଓ ସଙ୍ଗୀତକାର ରାଜେଶ ରୌସନଙ୍କ ଝିଅ ପଶମିନା ରୌସନ୍ । ପଶମିନା ଥିଏଟର୍ ଜଗତ ସହିତ ଜଡ଼ିତ ଏବଂ ସେ ବୈରି ଜନ୍ସଙ୍କ ଆକ୍ଟିଙ୍ଗ୍ ସ୍କୁଲରେ ୬ ମାସ ଟ୍ରେନିଙ୍ଗ୍ ନେଇଛନ୍ତି ।

ଥିଏଟର କଳାକାର ଅଭିଷେକ ପାଣ୍ଡେ, ନାଦିରା ବବର୍ ଓ ଆମେରିକୀୟ ପ୍ଲେ ରାଇଟର୍ ଜୈଫ୍ ଗୋଲଡବର୍ଗ ମଧ୍ୟ ପଶମିନାଙ୍କୁ ଅଭିନୟ କ୍ଷେତ୍ରରେ ଅନେକ ଟିପ୍ସ ଦେଇଛନ୍ତି । ନିଜେ ହ୍ରତିକ୍ ମଧ୍ୟ ପଶମିନାଙ୍କୁ ଅଭିନୟର ଟିକିନିଖି ତଥ୍ୟ ସମ୍ପର୍କରେ ଟ୍ରେନିଙ୍ଗ୍ ଦେଉଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରେ ଥିଏଟର୍ ଡେବ୍ୟୁ କରିଥିବା ପଶମିନା ଆଗାମୀ ୨୦୨୦ରେ ବଡ଼ ପରଦାକୁ ଆସିବେ ବୋଲି ଖବର ଶୁଣିବାକୁ ମିଳୁଛି । ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ପଶମନାଙ୍କର ଏକ ଫଟୋ ସେୟାର୍ କରିବା ସହିତ ହ୍ରିତିକ୍ ଏହି ଖବରକୁ ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *