ସଙ୍ଗୀତ ଜଗତରେ ଅକିଙ୍କ ଡେବ୍ୟୁ

ଦକ୍ଷ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିବା ପରେ ବଲିଉଡର ଖିଲାଡ଼ି କୁମାର ଅକ୍ଷୟ ସଙ୍ଗୀତ ଜଗତରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଅକିଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ ରିଲିଜ୍ ହେବାର ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ‘କେସରୀ’ରେ ‘ତେରି ମିଟ୍ଟି…’ ଗୀତଟିକୁ ସ୍ୱର ଦେଇଥିବା ପଞ୍ଜାବୀ ସିଙ୍ଗର୍ ବି ପ୍ରାକଙ୍କ ସହିତ ଅକି ନଜର ଆସିବେ । ଡେବ୍ୟୁ ଭିଡିଓର ପ୍ରଥମ ଗୀତଟି ଜାନି ଲେଖିଥିବାବେଳେ ଏଥିରେ ପଞ୍ଜାବୀ ଆକ୍ଟର୍ ଓ ସିଙ୍ଗର୍ ଏମି ୱର୍କ ଓ ନୁପୁର ସନନ ଅଛନ୍ତି ।

ମ୍ୟୁଜିକ୍ ଡେବ୍ୟୁ ସମ୍ପର୍କରେ ଅକି କହିଛନ୍ତି ଯେ ‘ମୁଁ ଏହାକୁ ନେଇ ବେଶ୍ ଉତ୍ସାହିତ । ଅଭିନୟ ଭଳି ମୋର ମ୍ୟୁଜିକ୍ ଡେବ୍ୟୁକୁ ପ୍ରଶଂସକ ପସନ୍ଦ କରିବେ ବୋଲି ଆଶା । ଜାନିଙ୍କ ରଚିତ ଗୀତର ଲିରିକ୍ସ ମୋତେ ଖୁବ୍ ଭଲ ଲାଗିଛି’ । ଏହି ଭିଡିଓର ରିଲିଜ୍ ଡେଟ୍କୁ ପ୍ରଶଂସକ ଅପେକ୍ଷା କରି ବସିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ‘ହାଉସଫୁଲ୍ ୪’ ମାତ୍ର ୪ ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ୍ ହୋଇଥିଲା । ଅକିଙ୍କ ଆଗାମୀ ଫିଲ୍ମ ‘ଗୁଡନ୍ୟୁଜ୍’ ଆସନ୍ତା ଡିସେମ୍ବରରେ ରିଲିଜ୍ ହେବ ।

Leave a Reply

Your email address will not be published.