ସୁନିତା ବର୍ମା ଭାରତ ସଫ୍ଟବେସ୍ ବଲ କୋଚ୍ ନିଯୁକ୍ତ
ଭୁବନେଶ୍ୱର, (ଓଟି) : ପୂର୍ବତନ ଖ୍ୟାତି ସମ୍ପନ୍ନ ସଫ୍ଟବଲ୍ ଖେଳାଳି ସୁନିତା ବର୍ମା ଭାରତ-ନେପାଳ ସଫ୍ଟବେସ୍ବଲ୍ ମ୍ୟାଚ ସିରିଜ୍-୨୦୧୯ ନିମନ୍ତେ ଭାରତୀୟ ମହିଳା ଟିମ୍ର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ସେ ନଭେମ୍ବର ୬ ତାରିଖରୁ ସିରିଜ୍ରେ ଭାଗ ନେବା ପାଇଁ ଭାରତୀୟ ଦଳ ସହ ନେପାଳ ଗସ୍ତ କରିଛନ୍ତି । ଏବେ ସୁନୀତା ସୋଆ ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ ଅଫିସର ଭାବେ ନିଯୁକ୍ତ ।
ନେପାଳ ନ୍ୟାସ୍ନାଲ୍ ସ୍ପୋର୍ଟ୍ସ ଡେଭଲପ୍ମେଣ୍ଟ କାଉନ୍ସିଲ୍ ଏବଂ ନେପାଳ ସଫ୍ଟବେସ୍ବଲ୍ ଫେଡେରେସନ୍ ପକ୍ଷରୁ ଆସନ୍ତା ନଭେମ୍ବର ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଭାରତ-ନେପାଳ ଇଂଟରନ୍ୟାସ୍ନାଲ୍ ସଫ୍ଟବେସ୍ବଲ୍ ମ୍ୟାଚ ସିରିଜ୍ ଅନୁଷ୍ଠିତ ହେବାକୁ ଯାଉଛି । ନେପାଳର ପୋଖାରା ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସିରିଜ୍ରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଅଣ୍ଡର-୧୨, ଅଣ୍ଡର-୧୪, ଅଣ୍ଡର-୧୭, ଅଣ୍ଡର-୧୯ ଏବଂ ୟୁଥ୍ ଟିମ୍ ଭାଗ ନେବେ ।
ସୋଆ ସ୍ପୋର୍ଟ୍ସ ଅଫିସର ବର୍ମା ଭାରତୀୟ ମହିଳା ଟିମ୍ର କୋଚ୍ ଭାବେ ନିଯୁକ୍ତ ହୋଇଥିବା ବେଳେ ସୋଆର ଦୁଇ ଜଣ ଛାତ୍ରଛାତ୍ରୀ ସତ୍ୟପ୍ରକାଶ ପ୍ରଧାନ (ପୁରୁଷ ଟିମ୍) ଏବଂ ମଧୁସ୍ମିତା ସାହୁ (ମହିଳା ଟିମ୍) ମଧ୍ୟ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି । ସତ୍ୟ ପ୍ରକାଶ ଓ ମଧୁସ୍ମିତାଙ୍କ ବ୍ୟତୀତ ଓଡ଼ିଶାର ଆଉ ୩ ଜଣ ଖେଳାଳୀ ପ୍ରିୟାଂଶୁ ସେନାପତି, ଶିବାନୀ ଘଡ଼ାଇ ଓ ଝରଣା ନାଏକ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରୁଛନ୍ତି ।